ୱାର୍ଡବାସିନ୍ଦା ଓ ଜନପ୍ରତିନିଧୀଙ୍କ ସରଳ ସ୍ୱମନ୍ୱୟ, କାଉନସିଲର ଲଗାଇଲେ ଅଭିଯୋଗ ବାକ୍ସ
Simplified coordination of ward residents and public representatives, complaint boxes set up by councilors.
ଜଟଣୀ---- ଜଟଣୀ ପୌରପରିଷଦର ଜଣେ ନବନିର୍ବାଚିତ ମହିଳା କାଉନସିଲରଙ୍କ ୱାର୍ଡର ଜନସାଧାରଣ ଓ ଜନପ୍ରତିନିଧୀଙ୍କ ମଧ୍ୟରେ ସୁସମ୍ପର୍କ ଯୋଡିବା ସହ ଉତ୍ତମ ସେବା ଯୋଗାଇବା ଲକ୍ଷ୍ୟରେ ସୁନ୍ଦର ବ୍ୟବସ୍ଥା କରିଛନ୍ତି । ଜଟଣୀ ପୈାରପରିଷଦ ୱାର୍ଡ ନଂ ୫ର ନବନିର୍ବାଚିତ ମହିଳା କାଉନସିଲର କାଜଲ ଦାଶ ନିଜ ୱାର୍ଡର ଜନସାଧାରଣଙ୍କୁ ଉତ୍ତମ ସେବା ଯୋଗାଇବାଲାଗି ପ୍ରତିଶୃତି ଦେଇ ନିର୍ବାଚିତ ହୋଇଥିଲେ । ତାହାକୁ ସେ ପାଳନ କରିଛନ୍ତି । କାଉନସିଲର ଦାୟିତ୍ୱ ଗ୍ରହଣ କରିବାଦିନଠାରୁ ପ୍ରଥମେ ପରିମଳ ୱାର୍ଡଲାଗି ସଫେଇ କାର୍ଯ୍ୟ କରିଥିଲେ । ୱାର୍ଡର ବିଭିନ୍ନ ଲୋକମାନଙ୍କୁ ଭେଟି ସମସ୍ୟା ବୁଝିବା ଆରମ୍ଭ କରିଲେ । ସେଥିରେ ମଧ୍ୟ ସେ ସନ୍ତୁଷ୍ଟ ହୋଇନଥିଲେ । ୱାର୍ଡରେ ଜନସାଧାରଣଙ୍କ ସମସ୍ୟାକୁ ସରଳଭାବେ ସମାଧାନ କରିବାଲାଗି ସେମାନଙ୍କ ସହିତ ନିକଟତର ହୋଇଛନ୍ତି । ୱାର୍ଡରେ କୈାଣସି ବ୍ୟକ୍ତିର ସମସ୍ୟା କିମ୍ବା ୱାର୍ଡର ସମସ୍ୟା ଥିଲେ ଜନପ୍ରତିନିଧୀଙ୍କ ନିକଟକୁ ଆସିବାକୁ ପଡିବ ନାହିଁ ବୋଲି ଜନସାଧାରଣ ଓ ଜନପ୍ରତିନିଧୀ ମଧ୍ୟରେ ସରଳ ସ୍ୱମନ୍ୱୟ ବ୍ୟବସ୍ଥା କରିଛନ୍ତି । କାଜଲ ୱାର୍ଡ ନଂ ୫ରେ ଏକ ଅଭିଯୋଗ ବାକ୍ସ ଲଗାଇଛନ୍ତି । ସେଥିରେ ୱାର୍ଡବାସୀମାନେ ଅଭିଯୋଗ ପ୍ରଦାନ କରିପାରିବେ । ସେହିପରି ୱାର୍ଡରେ ଆହୁରି ୬ଟି ଅଭିଯୋଗ ବାକ୍ସ ଲଗାଇବେ ବୋଲି କହିଛନ୍ତି କାଜଲ । ଫଳରେ ୱାର୍ଡର ଜନସାଧାରଣମାନେ ଆଉ ହଇରାଣ ହର୍କତ ହେବେ ନାହିଁ । ଏହି ଅଭିଯୋଗଗୁଡିକୁ ପୈାରପରିଷଦର ପୈାରାଧ୍ୟକ୍ଷ ଓ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଦ୍ୱାରା କାର୍ଯ୍ୟକାରୀ କରାଯିବ ।
ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ, ୧୭/୫/୨୦୨୨---୨,୪୦
Sakhigopal News, 17/5/2022