Breaking News

ପେଣ୍ଠପଡା ସରପଞ୍ଚଙ୍କ ସହଯୋଗରେ ସାକ୍ଷୀଗୋପାଳ ବସଷ୍ଟାଣ୍ଡ ଠାରୁ ମନ୍ଦିର ପର୍ଯ୍ୟନ୍ତ ସଫେଇ ଆରମ୍ଭ


 With the help of the Pentapada sarpanch, the clean-up from Sakshigopala bus stand to the temple began.


ସାକ୍ଷୀଗୋପାଳ---- ଯେଉଁଠି ସତ୍ୟବାଦୀ ବ୍ଳକ ପ୍ରଶାସନ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମରେ ଫେଲ ମାରିଛନ୍ତି,   ସେଠାରେ ଜଣେ ସମାଜସେବୀ ତଥା ଯୁବ ସରପଞ୍ଚ  ଅନ୍ୟ ମାନଙ୍କ ସହଯୋଗରେ ସଫେଇ କାର୍ଯ୍ୟ ହାତକୁ ନେଇଛନ୍ତି । ପେଣ୍ଠପଡା ଗ୍ରାମ ପଞ୍ଚାୟତର ସରପଞ୍ଚ ଚିନ୍ମୟ ରାଉତଙ୍କ ତତ୍ୱବଧାନରେ ସାକ୍ଷୀଗୋପିନାଥ ଦେବଙ୍କ ମନ୍ଦିର  ଠାରୁ ସଫେଇ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି । ସାକ୍ଷୀଗୋପିନାଥ ଦେବଙ୍କ ମନ୍ଦିରକୁ ପ୍ରତିଦିନ ଶହ ଶହ ବିଭିନ୍ନ ଜିଲ୍ଲା ଓ ରାଜ୍ୟରୁ ଭକ୍ତ ମାନେ ଆସୁଛନ୍ତି । ଏହି ରାସ୍ତା କରରେ କୁଡ କୁଡ ଅଳିଆ ଅବର୍ଜନା ଗଦା ହୋଇ ପଡିଛି । ଏପରିକି ମନ୍ଦିର ସିଂହଦ୍ୱାର ଓ ରାମମନ୍ଦିର ନିକଟରେ ପୁରୁଣା ଚପଲ, ଜରି, କୋଡୁଆ,ଗୋବର, ଗୁଟୁକା ଜରି, ମଦ ବୋତଳ, ପଇଡଠୋଲା ଆଦି ଗଦା ହୋଇ ରହିଥିଲା ।  ଏବେ ପ୍ରତି ମାସରେ ସାକ୍ଷୀଗୋପାଳ ମନ୍ଦିର ଠାରୁ ବସଷ୍ଟାଣ୍ଡ ପର୍ଯ୍ୟନ୍ତ ସଫେଇ ଦାୟତ୍ୱ ସରପଞ୍ଚ ଶ୍ରୀ ରାଉତ ନେଇଛନ୍ତି । ସେ ତାଙ୍କ ନିଜସ୍ୱ ଅର୍ଥରେ ଲୋକ ଲଗାଇ ସଫେଇ ଆରମ୍ଭ କରିଛନ୍ତି । ତାଙ୍କୁ ପେଣ୍ଠପଡା ଗ୍ରାମ ପଞ୍ଚାୟତର ସମିତିସଭ୍ୟ ସୁମନ୍ତ ଘଟୁଆରୀ, ଜୟପୁର ଗ୍ରାମ ପଞ୍ଚାୟତର ସରପଞ୍ଚ ଙ୍କ ପ୍ରତିନିଧି ଦେବଦତ୍ତ ସାମନ୍ତରାୟଙ୍କ ସହିତ ସ୍ଥାନୀୟ କିଛି ଯୁବକ ମାନେ ଏହି ସଫେଇ କାର୍ଯ୍ୟକ୍ରମରେ ସାମିଲ ହୋଇଥିବାର ଦେଖାଯାଇଥିଲା । ଏହି ସଫେଇ ସରିବା ପରେ ପେଣ୍ଠପଡା ଗ୍ରାମ ପଞ୍ଚାୟତର ୧୧ଗୋଟି ୱାର୍ଡରେ ସଫେଇ କରାଯିବ ବୋଲି ଶ୍ରୀ ରାଉତ କହନ୍ତି ।  

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତିଙ୍କ ରିପୋର୍ଟ ,୨୦/୫/୨୦୨୨---୪,୨୫  ,

 Sakhigopal News , 20/5/2022


Blog Archive

Popular Posts