Breaking News

ଆକ୍ରମଣକାରୀ ପୁର୍ବତନ ଡିଲରଙ୍କୁ ଗିରଫ ଓ ବିଡିଓ ନାମରେ ମାମଲା ରୁଜୁ ପାଇଁ ଅଣ୍ଟା ଭିଡିଲା ଦଳିତ ମହାସଂଘ

Unta Vidila Dalit Federation to arrest former attacker dealer and file a case in the name of video
 ଡେଲାଙ୍ଗ-----ଅସହ୍ୟ ହେଉଛି ଦଳିତଙ୍କ ପ୍ରତି ଅତ୍ୟାଚାର । ଦଳିତ ଙ୍କୁ ନ୍ୟାୟ ଦାବି ରେ ଅଣ୍ଟା ଭିଡିଛନ୍ତି ଜାତୀୟ ଦଳିତ ମାଇନୋରଟି ମହାସଂଘ ‌। ଏନେଇ ମହାସଂଘ ର ରାଜ୍ୟ ସଭାପତି ବିଜୟ କୁମାର ସେଠୀ ଙ୍କ ନେତୃତ୍ବରେ ପିପିଲି ଠାରେ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇଛି । ଦଳିତଙ୍କୁ ଜାତିଆଣ ଆକ୍ଷେପ ଓ ଆକ୍ରମଣ  ପ୍ରତିବାଦରେ ଡେଲାଙ୍ଗ ବ୍ଲକ ଗଡମୋଟରୀ ପଞ୍ଚାୟତ ଗଣ୍ଡପଡା ଗ୍ରାମର ପୁର୍ବତନ ଖାଉଟି ଡିଲର ଜଗଦିଶ ପ୍ରଧାନ ଙ୍କୁ ତୁରନ୍ତ ଗିରଫ ଓ  ଦଳିତଙ୍କୁ ଅତ୍ୟାଚାର କରିଥିବା ଡେଲାଙ୍ଗ ବିଡିଓ ଦିଲିପ ଷଡଙ୍ଗୀ  ନାମରେ  ମାମଲା ରୁଜୁ ଦାବୀ କରିଛି ସଂଘ ।   ଏଥିସହ ରାଜ୍ୟ ପୋଲିସ ମହା ନିର୍ଦ୍ଦେଶକଙ୍କ ଉଦେଶ୍ୟରେ ଏକ ଦାବୀ ପତ୍ର ପିପିଲି ଏସଡିପିଓ ଦେବଦତ ବରାଳଙ୍କୁ ପ୍ରଦାନ କରାଯଇଛି । ସେପଟେ କିନ୍ତୁ ଡେଲାଙ୍ଗ ବିଡ଼ିଓ ଏ ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି । ଅଭିଯୋଗ ମୁତାବକ ପୁର୍ବତନ  ଡିଲର ଜଗଦିଶ ପ୍ରଧାନ ଖାଉଟି ସାମଗ୍ରୀ ବଣ୍ଟନ ରେ ଅନିୟମିତତା କାରଣରୁ ୨୦୧୯ରେ ଜିଲ୍ଲା ପ୍ରଶାସନ ସେହି ଗ୍ରାମର ମା ତାରିଣୀ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ବଣ୍ଟନ ଦାଇତ୍ୱ ଦେଇଥିଲେ  ।  କିନ୍ତୁ ସେହି ଦିନ ଠାରୁ  ପୁର୍ବତନ ଡିଲର ଶ୍ରୀ ପ୍ରଧାନ ଆକ୍ରୋଶ ମୂଳକ ଭାବେ ଉକ୍ତ ମହିଳା ଗୃପ ର ସଂପାଦିକା ଦିପ୍ତିମୟୀ ସେଠୀ ଙ୍କୁ ବିଭିନ୍ନ ସମୟରେ ଦାଦାବଟି ମାଗିବା ସହ ଜାତିଆଣ ଆକ୍ଷେପ କରି ମାଡ ମାରିଥିବା ସଂପାଦିକା ଶ୍ରୀମତି ସେଠୀ ଡେଲାଙ୍ଗ ଥାନା ରେ ଅଭିଯୋଗ କରିଛନ୍ତି । ମାମଲା ରୁଜୁ ପରେ ଡେଲାଙ୍ଗ ପୋଲିସ ଜଗଦୀଶଙ୍କୁ ଗିରଫ କରୁନଥିବା ଦଳିତ ମହାସଂଘ ରାଜ୍ୟ ସଭାପତି ଶ୍ରୀଯୁକ୍ତ ସେଠୀ ଅଭିଯୋଗ କରିଛନ୍ତି।
ଏଥିସହ ଡେଲାଙ୍ଗ ବିଡିଓ ଦିଲିପ ଷଡଙ୍ଗୀ ଏଥିରେ ସାମିଲ ହୋଇ ତାଙ୍କୁ  ଆଶାଳିନ ବ୍ୟବହାର  ଓ ଧମକ ଦେଇଥିବା ଶ୍ରୀ ସେଠୀ ଅଭିଯୋଗ କରିଛନ୍ତି ।  ତେଣୁ ଆକ୍ରମଣକାରୀ ଙ୍କୁ ତୁରନ୍ତ ଗିରଫ ଓ ବିଡିଓ ଙ୍କ ନାମରେ ମାମଲା ରୁଜୁ ପାଇଁ  ସଂଘ ଦାବୀ କରିଛି । ଏନେଇ  ମହାସଂଘ ପକ୍ଷରୁ ଏକ ପଦଯାତ୍ରା କରାଯାଇ  ଡିଜିପି ଉଦେଶ୍ୟ ରେ ଏକ ଦାବୀ ପତ୍ର  ପିପିଲି ଏସଡିପିଓ ଙ୍କୁ ପ୍ରଦାନ କରାଯାଇଛି । ଜଦି ଆଗାମୀ ୭ଦିନ ମଧ୍ୟରେ ପୁର୍ବତନ ଡିଲରଙ୍କୁ ଗିରଫ ଓ ବିଡିଓ ନାମରେ ମାମଲା ରୁଜୁ ନ କରାଯାଏ ତେବେ ଦଳିତ ସଂଗଠନ ହଜାର ହଜାର ସଂଖ୍ୟାରେ ପିପିଲି ଠାରୁ ନବୀନ ନିବାସ ପର୍ଯ୍ୟନ୍ତ ପଦଯାତ୍ରା କରିବେ ବୋଲି ଦଳିତ ମହାସଂଘର ରାଜ୍ୟ ସଭାପତି ବିଜୟ ସେଠୀ ଚେତାବନୀ ଦେଇଛନ୍ତି ।
ଡେଲାଙ୍ଗ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୨୮/୫/୨୦୨୨---- ୧୦,୨୦  Sakhigopal News,28/5/2022

Blog Archive

Popular Posts