Breaking News

ସାକ୍ଷୀଗୋପିନାଥ ଠାକୁରଙ୍କର ଭଉଁରି ଯାତ୍ରା ଶେଷ

Sakshigopinath Thakur's sister-in-law's journey is over


ସାକ୍ଷୀଗୋପାଳ------ ସାକ୍ଷୀଗୋପିନାଥ ଦେବଙ୍କର ଚନ୍ଦନଯାତ୍ର ଭଉଁରି ଯାତ୍ରା ଆଜି  ଭୋର ସମୟରେ ଶେଷ ହୋଇଯାଇଛି । ସାକ୍ଷୀଗୋପିନାଥଙ୍କର ଚଳନ୍ତି ପ୍ରତିମା ଶ୍ରୀ ମଦନ ମୋହନ ଓ ମା ରାଧାଦେବୀ  ସୁସଜିତ ବିମାନରେ ଚନ୍ଦନ ପୋଖରୀକୁ ବିଜେ କରିଥିଲେ ।  ବିଜେ କରିବା ସମୟରେ ନାମସଂକୀର୍ତ୍ତନ ସହ ଘଣ୍ଟ, ଘଣ୍ଟା, କାହାଳୀ, ତେଲିଙ୍ଗିବାଜା  ଆଲଟ, ଚାମର ସହିତ ଆସିଥାନ୍ତି । ଚନ୍ଦନପୋଖରୀରେ ଅପେକ୍ଷାରତ ସୁସଜ୍ଜିତ ହୋଇ ରହିଥିବା ଡଙ୍ଗାକୁ ସେବାୟତ ମାନେ ମହାପ୍ରଭୁଙ୍କୁ ବିଜେ କରାଇଥିଲେ । ପ୍ରତିଦିନ ଦିନ ଦିନ ସମୟରେ  ଗୋଟିଏ ଘେରା ଚାପ ଖେଳ ଅନୁଷ୍ଠିତ ହେଉଥିବା ବେଳେ ଭଉଁରି ଦିନରେ ସ୍ୱତନ୍ତ ଚାପନୀତି ଅନୁଷ୍ଠିତ ହୋଇଥାଏ । ଦିନଚାପରେ ତିନିଥର ବୁଲିବା ସହ ପ୍ରତିକୋଣରେ ସାତଘେରା  ଚାପହୋଇଥିଲା । ଦିନ ଚାପ ସରିବା ପରେ  ଠାକୁରଙ୍କୁ ସେବାୟତ ମାନେ ଡଙ୍ଗାରୁ ନେଇ ପ୍ରସ୍ତୁତ ହୋଇ ରହିଥିବା ସୁବାସିତ ଜଳପୂର୍ଣ୍ଣ ଚନ୍ଦନକୁଣ୍ଡରେ ବିଜେ କରାଇଥିଲେ । ରାତିରେ ଚନ୍ଦନ କୁଣ୍ଡରୁ ଠାକୁରଙ୍କୁ ସିଂହାସନକୁ କାଡିବା ପରେ ଠାକୁରଙ୍କ ନୀତିକାନ୍ତି ଜାତଭୋଗ ଅନୁଷ୍ଠିତ ହୋଇଥାଏ ।  ପରେ  ଚନ୍ଦନ ମଣ୍ଡପରେ  ଗୋଟି ପୁଅ ନୃତ୍ୟୁ ପରିବେଷଣ କରାଯାଇଥିଲା ।  ସେହିପରି ରାତିରେ ପୁନର୍ବାର ଠାକୁରଙ୍କର ଅନ୍ୟ ଦିନରେ ତିନିଘେରା ଚାପ ହୋଇଥିବା ବେଳେ ଭଉଁରି ଦିନରେ  ୭ଘେରା ୨୧ ଭଉଁରୀ ଚାପ କରାଯାଇ ଆତସବାଜି ପ୍ରଦର୍ଶନୀ ଅନୁଷ୍ଠିତ ହୋଇଥିଲା ।  ସାକ୍ଷୀଗୋପାଳ ମନ୍ଦିର କାର୍ଯ୍ୟାଳୟ ପକ୍ଷରୁ ଚନ୍ଦନ ମଣ୍ଡପ, ଯାଗାଘର, ମନ୍ଦିର କାର୍ଯ୍ୟାଳୟ ଓ ଚନ୍ଦନ ପୁଷ୍କରଣୀ  ରଙ୍ଗବେରଙ୍ଗ ଆଲୋକ ମାନାରେ ସୁସଜିତ ହୋଇଥିଲା । ଯାତ୍ରା ଦେଖିବା ପାଇଁ ବିଭିନ୍ନ ଆଖପାଖ ଗ୍ରାମରୁ  ଶ୍ରଦ୍ଦାଳୁ ମାନେ ଚାପରେ ଠାକୁରଙ୍କୁ ଦର୍ଶନ କରିଥିଲେ । ଚନ୍ଦନ ପୋଖରୀ ଚତୁପାଶ୍ୱର୍ରେ ବିଭିନ୍ନ ଉଠାଦେକାନୀ ମାନଙ୍କର ଗହଳି ଲାଗିଥିଲା । ବଡଯାଗାଘର ପକ୍ଷରୁ କାଳିଯାତ, ଗାଦିଗୋସେଇଁ , ନାଗା, ବୁଡାବୁଢ଼ି, ଶବର ଶବରୁଣୀ  ଓ ଦୁର୍ଗା ମେଢ଼ ଆଦି ସାହିଯାତ ଅନୁଷ୍ଠିତ ହୋଇଥିଲା । ଚନ୍ଦନପୋଖରୀ ଠାରୁ ମନ୍ଦିର ପର୍ଯ୍ୟନ୍ତ ଗହଳିଚହଳି ଲାଗିଥିଲା । ମନ୍ଦିର ପ୍ରଶାସନ ପକ୍ଷରୁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।

ବିଳମ୍ବିତ ରାତିରେ  ମହାପ୍ରଭୁ ବିମାନରେ ବିଜେ କରି ବିଭିନ୍ନ ସ୍ଥାନରେ ପନ୍ତି ଭୋଗ ହୋଇ ମନ୍ଦିରକୁ ବିଜେ କରିଥିଲେ ।

ଏହି ଅବସରରେ  ସତ୍ୟବାଦୀ ସଂଗୀତ ମହାବିଦ୍ୟାଳୟ ପକ୍ଷରୁ ବିଦ୍ୟାଳୟ ସମ୍ମୁଖରେ   ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ଚନ୍ଦନଉତ୍ସବ ତଥା ସଂଗୀତନୃତ୍ୟ ପରିବେଷଣ କରାଯାଇଥିଲା । କାର୍ଯ୍ୟକ୍ରମକୁ ପଞ୍ଚାୟତ ସମିତି ଅଧ୍ୟକ୍ଷ ସୁନିଲ କୁମାର ପଣ୍ଡା, ସତ୍ୟବାଦୀ ଥାନା ଅଧିକାରୀ ବିଜୟ କେତନ ବେହେରା ଓ ଜୟପୁର ପଞ୍ଚାୟତର ସରପଞ୍ଚ ଆରାଧନା ସାମନ୍ତରାୟ ଅତିଥି ଭାବେ ଯୋଗ ଦେଇଥିଲେ । 
ଏହି କାର୍ଯ୍ୟକ୍ରମକୁ ସଂଗୀତ ମହାବିଦ୍ୟାଳୟର ସମ୍ପାଦକ ବଦ୍ରୀନାରାୟଣ ଖୁଣ୍ଠିଆ ପରିଚାଳନା କରିଥିବା ବେଳେ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ଅଞ୍ଜନ କୁମାର ହୋତା  । ଏହାକୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଦର୍ଶକ ମାନେ ମନଭରି ଉପଭୋଗ କରିଥିଲେ । ପେଣ୍ଠପଡା ଗ୍ରାମ ପଞ୍ଚାୟତର ସରପଞ୍ଚ ଚନ୍ମୟ ରାଉତ ସ୍ଥାନୀୟ କିଛି ଯୁବକ ମାନଙ୍କ ସହଯୋଗରେ ଚନ୍ଦନପୋଖରୀ ଉପରେ ଦହିପାଣି ବଣ୍ଟନ କରିଥିଲେ ।

 ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୨/୫/୨୦୨୨---୭,୨୦   

  Sakhigopal News, 22/5/2022

Blog Archive

Popular Posts