ABCD ଚେରିଟେବୁଲ୍ ଟ୍ରଷ୍ଟର ପଞ୍ଚମ ପ୍ରତିଷ୍ଠା ଦିବସ ପାଳିତ
The fifth founding day of the ABCD Charitable Trust is celebrated
ବରଗଡ-କୁଷ୍ଠ ରୋଗୀ ଓ କରୋନା ମହାମାରୀ ସମୟରେ ଲୋକଙ୍କୁ ସହଯୋଗ ମାଗୁଥିବା ସମ୍ବଲପୁର ର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ABCD ଚେରିଟେବୁଲ୍ ଟ୍ରଷ୍ଟର 5ମ ପ୍ରତିଷ୍ଠା ଦିବସ ତପସ୍ଵିନୀ ହଲ୍ ପରିସରରେ ପାଳିତ ହୋଇଯାଇଛି । ସମାଜ କଲ୍ୟାଣ ଅନୁଷ୍ଠାନ ଭାବେ ପଶ୍ଚିମ ଓଡ଼ିଶାର ସୁନାମଧନ୍ୟ ବ୍ୟକ୍ତି ମାନଙ୍କ ଦ୍ଵାରା ଜନ କଲ୍ୟାଣ ସେବା ଟ୍ରଷ୍ଟ କୁ ସମ୍ମାନିତ କରାଯାଇଥିଲା। ଏହି ଅବସରରେ ଅନୁଷ୍ଠାନ ର ସଭାପତି ଶ୍ରୀ ମୁକୁନ୍ଦ ଦାଶ, ଆଜୀବନ ସଦସ୍ୟ ଶ୍ରୀ ଦୀପକ କୁମାର ମହାନ୍ତି ଙ୍କୁ ମଞ୍ଚ ରେ ମାନପତ୍ର ଓ ପଦକ ଦେଇ ସମ୍ମାନିତ କରାଯାଇଛି । ଏହି ଅବସରରେ ଟ୍ରଷ୍ଟ ର ସଭାପତି ଶ୍ରୀ ରାଜେନ୍ଦ୍ର ସତ୍ନାମି ପୁରସ୍କାର ପ୍ରଦାନ କରିଥିଲେ। ଜନ କଲ୍ୟାଣ ସେବା ଟ୍ରଷ୍ଟ ପକ୍ଷରୁ ଉପସ୍ଥିତ ଥିବା ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଥିଲା । ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୨୨/୫/୨୦୨୨---୧୦,୪୫ Sakhigopal News,22/5/2022