ସାମ୍ବାଦିକ ନିରଂଜନଦାସଙ୍କୁ ହତ୍ୟା ଧମକ ଓ ପତ୍ନୀଙ୍କୁ ଅଙ୍ଗନବାଡି କେନ୍ଦ୍ର ମଧ୍ୟ୍ୟ ରେ ଠେଲା ପେଲା ସହ ଧମକ
Journalist threatens to kill Niranjan Das and threatens to push his wife into the Anganwadi Center.
ନୟାଗଡ଼ ----ସାମ୍ବାଦିକ ନିରଂଜନ ଦାସ ଙ୍କୁ ହତ୍ୟା ଧମକ ଦେବା ସହ ତାଙ୍କ ପତ୍ନୀ ଅଙ୍ଗନବାଡି କର୍ମୀ ସବିତା ଦାସଙ୍କୁ ଅଙ୍ଗନବାଡି କେନ୍ଦ୍ରଭିତରେ ପଶି ଠେଲା ପେଲା ସହଧମକ,ଏଭଳି ଘଟଣା ଘଟିଛି। ନୟାଗଡ ଜିଲ୍ଲାର ଖଣ୍ଡପଡ଼ା ବ୍ଲକ ଅନ୍ତର୍ଗତ ଗୋଛାବାରି ଅଙ୍ଗନବାଡି କେନ୍ଦ୍ରରେ,କିଆଝର ଗ୍ରାମରେ ଏକ ମନରେଗାପୋଖରୀ ଜେସିବି ଦ୍ୱାରାଖୋଳାକୁନେଇ ଖବର ପ୍ରକାଶିତ ହୋଇଥିଲା । ନିରଂଜନ ଦାସ ଙ୍କୁ ସନ୍ଦେହ କରି ତାଙ୍କୁ ଧମକ ଦେବା ସହ ପତ୍ନୀ ସବିତା ଦାସଙ୍କୁ ମଧ୍ୟ ଏଥିରୁ ବାଦ ପଡିନାହାନ୍ତି।ଅଙ୍ଗନବାଡି କେନ୍ଦ୍ର ଗୋଛାବାରି ଠାରେ ସକାଳୁ କିଆଝର ଗ୍ରାମର କିଛି ଯୁବକ କେନ୍ଦ୍ର ଭିତରେ ପଶି ଗାଳି ଗୁଳଜ କରିବା ସହ ଧମକ ଦେଇଥିଲେ । ତଥାପି ଯୁବକ ମାନଙ୍କର ରାଗ ଶାନ୍ତ ହୋଇନଥିଲା ଯେ ସେମାନେ ଠେଲା ପେଲା କରି କେନ୍ଦ୍ର ଭିତରକୁ ଯାଇ ପିଲାଙ୍କ ଫୋଟ ଏବଂ ଭିଡିଓଉତ୍ତଳନ କରିଥିଲେ । ଅଙ୍ଗନ ବାଡ଼ି କର୍ମୀ ତାଙ୍କୁ ମନାକରିବାରୁ କିଳା ସମ୍ବାଳେ କହି କବାଟ ବନ୍ଦ କରି ଦେଇଥିଲେ। ଧମକ ଦେଇ କହିଥିଲେ ଏଥର କିଳା ସମ୍ବାଳେ । ପ୍ରତିଦିନ ଆସି ଏହିଭଳି କରିବୁ କିଆଝର ପଞ୍ଚାୟତର ସରପଞ୍ଚ ଙ୍କ ସ୍ୱାମୀ ଙ୍କ ନିର୍ଦେଶ କ୍ରମେ ନାଏବସରପଞ୍ଚ ଓ ତାଙ୍କ ସାଙ୍ଗରେ କିଛି ଯୁବକ ଆସି ଏଭଳି କାଣ୍ଡ କରିବା ଯୋଗୁ ଅଙ୍ଗନବାଡି ଛୋଟ ଛୋଟ ଶିଶୁ ଭୟ ଭିତ ହୋଇଯାଇଛନ୍ତି । ଏହିଘଟଣା ଘଟିବା ବେଳେପତ୍ନୀ ସବିତା ଦାସ ଫୋନ ଯୋଗେ ନିରଂଜନଙ୍କୁ ଜଣାଇଥିଲେ । ସାମ୍ବାଦିକ ନିରଂଜନ ଘଟଣା ସ୍ଥଳରେ ପହଞ୍ଚି ଧମକ ଦେଇଭିଡିଓ ଉତ୍ତଳନ କରୁଥିବା ଯୁବକଙ୍କୁ ବାରଣ କରିବାରେ ସମ୍ପୁକ୍ତଯୁବକ ମାନେ ଓଲଟି ସାମ୍ବାଦିକ ନିରଂଜନ ଙ୍କୁ ମଧ୍ୟ ଧମକ ଦେଇଥିଲେ । କିଛି ସମୟ ପରେ ପଳାଇ ଯାଇ ପୁର୍ନବାର ସାମ୍ବାଦିକ ନିରଂଜନ ଙ୍କୁ ଫୋନ ଯୋଗେକିଳା ସଜଡ଼ା ଯାଇଛି କିଳାବୁଲୁଛି, କିଳା ସରିଲା ପରେତୋ ମୁଣ୍ଡ ଯିବ ବୋଲି କହିଥିଲେ ନାଏବସରପଞ୍ଚ।।ଏହି ଘଟଣା ସମ୍ପର୍କରେ ସବିତା ଖଣ୍ଡପଡ଼ା ସିଡିପିଓ ଓ ଜିଲା ପ୍ରଶାସନ ଙ୍କୁ ଲିଖିତ ଭାବେ ଜଣାଇବା ସହିତ ଖଣ୍ଡପଡ଼ା ଥାନାରେ ଏତଲା ଦେଇଛନ୍ତି।ଏହିପରି ସାମ୍ବାଦିକ ନିରଂଜନଦାସ ଙ୍କୁ ଜୀବନରେ ମାରିଦେବାକୁ ଧମକ ଦେବା ଓ ଫୋନ ଯୋଗେ କିଳା ସଜାଇହଇ ରାଣ କରିବାକୁ ମଧ୍ୟ୍ୟ ଧମକଦେବା ଘଟଣା କୁ ନେଇ ସାମ୍ବାଦିକ ନିରଂଜନଦାସ ମଧ୍ୟ ଖଣ୍ଡପଡ଼ା ଥାନାରେ ଏତଲା ଦେଇଛନ୍ତି। ଖବର ଲେଖା ହେବା ବେଳକୁ କୈାଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିବା ଜଣାପଡିଛି । ଦେଖାଯାଉ ଅଭିଯୁକ୍ତ ମାନଙ୍କୁ ପୋଲିସ ଗିରଫ କରୁଛି ନା ସାମ୍ବାଦିକଙ୍କ ଉପରେ ଆକ୍ରମଣ କରିବାରେ ସହଯୋଗ କରୁଛି ତାହା ଦେଖିବା ପାଇଁ ରହିଛି ।
ନୟାଗଡ଼ ରୁ ନିରଞ୍ଜନ ଦାସଙ୍କ ରିପୋର୍ଟ,୨୧/୫/୨୦୨୨----୭,୩୦ Sakhigopal News,21/5/2022