ସୁରତ ରେ ଓଡ଼ିଆ ଯୁବକଙ୍କୁ ପିଟିପିଟି ହତ୍ୟା
ଭଞ୍ଜନଗର-ଗଞ୍ଜାମ ଭଞ୍ଜନଗର ଥାନା ବଡକୋଦଣ୍ଡା ତଳ ସାହିର ବାସିନ୍ଦା ରବୀନ୍ଦ୍ର ସ୍ୱାଇଁ ଗତ୨୦୨୧ ଅଗଷ୍ଟ ମାସରେ ସୁତାକଳରେ କାମ କରିବାକୁ ସୁରତ ଯାଇଥିଲେ।ଗତକାଲି ତାଙ୍କ ମୃତଦେହ ଠାବ ହୋଇଥିବା ପରିବାର ଲୋକଙ୍କୁ ଖବର ଦେଇଛି ସୁରତ ପୋଲିସ।ପରିବାର ଲୋକେ ରବିନ୍ଦ୍ରଙ୍କୁ ପିଟିପିଟି ହତ୍ୟା କରାଯାଇଥିବା ଅଭିଯୋଗ ଆଣିଛନ୍ତି।ସୂଚନା ମୁତାବକ ଗତ 13 ତାରିଖରେ ରବିନ୍ଦ୍ରଙ୍କ ଶାଳି ବାହାଘର ଥିବାରୁ ସେ ଭୁବନେଶ୍ୱର ଆସିବାର ଥିଲା ।କିନ୍ତୁ କୌଣସି କାରଣରୁ ସେ ଆସିପାରିନଥିଲେ।ଚାରିଦିନ ହେଲା ରବିନ୍ଦ୍ରଙ୍କୁ ପରିବାର ମୋବାଇଲ ଯୋଗେ ଯୋଗା କରିପାରିନଥିଲେ।ଗତକାଲି ରାତିରେ ସୁରତ ପୋଲିସ ଠାରୁ ରବିନ୍ଦ୍ରଙ୍କ ମୃତ୍ୟୁ ଖବର ପାଇ ପରିବାର ଲୋକେ ଭାଙ୍ଗି ପଡିଛନ୍ତି।ଅନ୍ୟପଟେ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ଥିବାରୁ ହତ୍ୟା କରାଯାଇଥିବା ଅନୁମାନକରୁଛି ପୋଲିସ।ମୃତ ଦେହ ନିକଟରେ ରକ୍ତ ବା କିଛି ଜିନିଷ ପଡି ନଥିବାରୁ ଅନ୍ୟ କେଉଁଠି ହତ୍ୟା କରି ଜଙ୍ଗଲରେ ପିଙ୍ଗି ଦେଇଥିବା ପ୍ରାଥମିକ ତଦନ୍ତରୁ ଅନୁମାନ କରୁଛି ସୁରଥ ପୋଲିସ। ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୨/୫/୨୦୨୨,୧୦,୫୫ Sakhigopal News,22(5/2022