Breaking News

ଶ୍ରୀରାଧାବିନୋଦ ବିହାରୀ ଦେବଙ୍କ ଚନ୍ଦନ ଯାତ୍ରା ଶେଷ

 Sriradhabinod Bihari Dev's Chandan Yatra is over

ସାକ୍ଷୀଗୋପାଳ ----- ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ସୁଆଣ୍ଡୋ ଗ୍ରାମର ତଥା ପଣ୍ଡିତ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ କୂଳ ଦେବତା ଶ୍ରୀ ରାଧାବିନୋଦ ବିହାରୀଙ୍କ ଚନ୍ଦନ ଯାତ୍ରା ଶେଷ ହୋଇଯାଇଛି । ସାକ୍ଷୀଗୋପିନାଥଙ୍କ ଭଉଁରି ଯାତ୍ରାର ପରଦିନ ଅର୍ଥାତ  ଉତ୍କଳ ଭଉଁରିରେ ଚନ୍ଦନ ଯାତ୍ରା ସରିଛି ।  ଠାକୁରଙ୍କର ଦେବନୀତି କରାଯିବା ପରେ ରାଧାବଲ୍ଲଭ ଭୋଗ କରାଯାଇଥିଲା । ଦ୍ୱିପହର ଧୂପ ସରିବା ପରେ ପ୍ରସ୍ତୁତ କରାଯାଇଥିବା ସୁବାସିତ ଜଳ କୁଣ୍ଡକୁ ଠାକୁରଙ୍କୁ ସେବାୟତ ମାନେ ବିଜେ କରିଥିଲେ ।  ଅପରାହ୍ନରେ ଜଳ କୁଣ୍ଡରୁ ବାହାରିବା ପରେ ପାଟ, ମୁକୁଟ ହାତରେ ବଂଶୀ , କାନରେ କୁଣ୍ଡଳ, ଅଣ୍ଟରେ ଚାପସରି ଆଦି ବିଭିନ୍ନ ଅଳଙ୍କାର ପରିଧାନ କରିବା ସହ ଚନ୍ଦନଲାଗି ପରେ ତୁଳସୀ ଓ ବିଭିନ୍ନ ରଙ୍ଗବେରଙ୍ଗ ଫୁଲ ମାଲରେ ସୁସଜିତ ହୋଇ ଚନ୍ଦନ ଖଟୁଲିରେ ବସିବାପରେ ରାସଭୋଗ ହୋଇଥିଲା । ସିହାସନକୁ ଯିବା ପରେ ଚନ୍ଦନଧୂପ କରାଯାଇଥିଲା । ଏହି ଅବସରରେ କୈଳାସ ଗୋଟିପୁଅ ସଙ୍ଗୀତ ନୃତ୍ୟୁ ପରିଷଦ ପକ୍ଷରୁ ଗୋଟିପୁଅ ନୃତ୍ୟୁ ଓ ସଂକୀର୍ତ୍ତନ ପରିବେଷଣ କରାଯାଇଥିଲା । ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ମାନେ ଉପସ୍ଥିତ ରହିଥିଲେ । ସେହିପରି ବିଶ୍ୱନାଥପୁର ଶାସନ ଗ୍ରାମରେ ଶ୍ରୀ ଗୋପାଳଙ୍କ ଭଉଁରିଯାତ୍ରା ଶେଷ ହୋଇଯାଇଛି । 

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି,୨୪/୫/୨୦୨୨---୫,୧୦   

 Sakhigopal News, 24/5/2022

Blog Archive

Popular Posts