ସାଇକେଲରେ ଯାଉଥିବା ସମୟରେ ରାସ୍ତା ଉପରେ ଟଳି ପଡିଲେ ବୃଦ୍ଧ
The old man stumbled on the road while riding a bicycle.
ସାକ୍ଷୀଗୋପାଳ-------ସତ୍ୟବାଦୀ ଥାନା ଅନ୍ତର୍ଗତ ବୀରଗୋବିନ୍ଦପୁର ଗ୍ରାମର ମାଣିକମାଳସାହିର ନବ କିଶୋର ଭୋଇ୫୨ ବର୍ଷ । ସାକ୍ଷୀଗୋପାଳ ବଜାରରୁ କାମ ସାରି ଘରକୁ ଖରାରେ ଫେରୁଥିବା ସମୟରେ ତାଙ୍କର ହୃଦ ଘାତ ହୋଇଥିଲା । ଜୟପୁର ଛକ ନିକଟରେ ହଠାତ ସାଇକେଲରୁ ତଳକୁ ଖସି ପଡିଥିଲେ । ତାଙ୍କୁ ତୁରନ୍ତ ସାକ୍ଷୀଗୋପାଳ ମେଡିକାଲକୁ ନିଆଯାଇଥିଲା । ମାତ୍ର ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିବା ସହ ସତ୍ୟବାଦୀ ଥାନାକୁ ଖବର ଦେଇଥିଲେ । ସତ୍ୟବାଦୀ ଥାନା ଆଇଆଇସି ବିଜୟ କେତନ ବେହେରାଙ୍କ ନିର୍ଦ୍ଦେଶ୍ରକମେ ଏଏସଆଇ ତଅପୋଇ ନାୟକ ଶବ ଜବତ କରି ୧୨/୨୨ରେ ଏକ ଅପମୃତ୍ୟୁ କେସରୁଜ କରି ଶବ ବ୍ୟବଛେଦ ନିମନ୍ତେ ପୁରୀ ପଠାଇଥିଲେ । ଶବ ବ୍ୟବଛେଦ ହେବାପରେ ତାଙ୍କ ପରିବାରଙ୍କୁ ଶବ ହସ୍ତାନ୍ତର କରାଯାଇଥିବା ଜଣାପଡିଛି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୩୧/୫/୨୦୨୨---୪,୪୦
Sakhigopal News , 31/5/2022