ସତ୍ୟବାଦୀ ବ୍ଳକରେ ଜନଶୁଣାଣି, ୬୨ ଗୋଟି ଅଭିଯୋଗର ଶୁଣାଣି
Public hearings in Satyavadi block, 62 hearings
ସାକ୍ଷୀଗୋପାଳ----- ସତ୍ୟବାଦୀ ପଞ୍ଚାୟତ ସମିତି ପରିସରରେ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇ ଯାଇଛି । ଏହି ଜନଶୁଣାଣିରେ, ବ୍ୟକ୍ତିଗତ ସହାୟତା, ସ୍ୱାସ୍ଥ୍ୟ ,ଫନି ସହାୟତା, ପାନୀୟ ଜଳ, ବିଦ୍ୟୁତ , ଭର୍ତ୍ତା, ରାଶନ. ଧାନମଣ୍ଡି , କାମ କରି ଅର୍ଥ ନ ପାଇବା, ବ୍ୟାଙ୍କ ଋଣନ ଦେବା, ଆଦି ସମ୍ପର୍କରେ ୬୨ ଗୋଟି ଜନଶୁଣାଣି କରାଯାଇଥିଲା । ମାତ୍ର ଏହି ଜଳଶୁଣାଣି କେବଳ କାଗଜ ପତ୍ରରେ ସିମୀତ ରହିଥିଲା । ସବୁଠାରୁ ବଡ ଅଭିଯୋଗ ଆସିଥିଲା ସତ୍ୟବାଦୀ ବ୍ଳକର ଜଣେ ପୂର୍ବତନ ଜେଇ କ୍ଷତିଶ୍ରୀ ମଲ୍ଲିକ ଏଠାରୁ ବଦଳି ହୋଇ ଯିବା ସମୟରେ ପ୍ରାୟ ୨୫ ଗୋଟି ଫାଇଲି ଓ ଏମବି ନେଇଯାଇଥିବା ନେଇ ଅଭିଯୋଗ ଆଣିଥିଲେ କାଦୁଆ ଗ୍ରାମର ବାଉରିବନ୍ଦୁ ମହାପାତ୍ର । ଏପରିକି ତାଙ୍କ ଠାରୁ ଉକ୍ତ ଫାଇଲି ଗୁଡିକ ଫେରାଇ ଆଣିବା ପାଇଁ ବ୍ଳକ ବିଡିଓ କ୍ଷୀରୋଦ କୁମାର ବେହେରା ସମସ୍ତ ପ୍ରକାର ଚେଷ୍ଟା କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ ବୋଲି ବିଡିଓ ଜନଶୁଣାଣିରେ ଅଧିକାରୀ ମାନଙ୍କୁ କହିଥିଲେ । ଉପସ୍ଥିତ ଥିବା ଅତିରିକ୍ତ ଜିଲ୍ଲା ପ୍ରକଳ୍ପ ଅଧିକାରିଣୀ ରଶ୍ମିରେଖା ଦାଶ ତୁରନ୍ତ ତାଙ୍କ ନାମରେ ଥାନାରେ ଏତଲା ଦେବା ପାଇଁ ବିଡିଓଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । । ସତ୍ୟବାଦୀ ବ୍ଳକର ପରଜାପଡା ଗ୍ରାମର ରଘୁନାଥ ସାହୁ ୨ ବର୍ଷ ହୋଇଗଲାଣି ଶଶ୍ମାନ କାମ କରି ଟଙ୍କା ପାଉନଥିବା ନେଇ ଅଭିଯୋଗ ଆଣିଛନ୍ତି । ମୁଳଅଳସା ଗ୍ରାମର କୁନ୍ତଳା ପ୍ରଧାନ ଆଗରୁ ଭର୍ତ୍ତା ପାଉଥିଲେ ମଧ୍ୟ ଏବେ ଭର୍ତ୍ତା ଟଙ୍କା କୁଆଡେ ଯାଉଛି ସେ ଜାଣି ପାରୁନାହାନ୍ତି ବୋଲି ଅଭିଯୋଗ ଆଣିଛନ୍ତି । ଜିପୁର ଗ୍ରାମର ଶ୍ରଦ୍ଧାଞ୍ଜଳି ରଥ ଜଣେ ଦିବ୍ୟାଙ୍ଗ ଯୁବତୀ ହୋଇଥିବା ବେଳେ ତାଙ୍କୁ ଘର ଖଣ୍ଡିଏ ପାଇଁ ଆବେଦନ କରିଥିବାର ଦେଖାଯାଇଥିଲା । ଏହି ଅବସରରେ ସତ୍ୟବାଦୀ ବ୍ଳକ ପକ୍ଷରୁ ୬ଗୋଟି ଟ୍ରାଇସାଇକେଲ ଜନଶୁଣାଣିରେ ଯୋଗ ଦେଇଥିବା ଅଧିକାରୀ ମାନେଙ୍କ ଦ୍ୱାରା ହିତାଧିକାରୀ ମାନଙ୍କୁ ବଣ୍ଟନ କରାଯାଇଥିଲା । ଏହି ଜନଶୁଣାଣିରେ ଅତିରିକ୍ତ ଏସପି ପ୍ରଫୁଲ କୁମାର ବଡଜେନା, ଅତିରିକ୍ତ ଜିଲ୍ଲାପାଳ ଅଭିଯୋଗର ଅଧିକାରିଣୀ ଇତିଶ୍ରୀ ନାୟକ, ସତ୍ୟବାଦୀ ତହସିଲଦାର ଜୟନ୍ତ କୁମାର ଜୟସିଂ, ସତ୍ୟବାଦୀ ପଞ୍ଚାୟତ ସମିତି ଅଧ୍ୟକ୍ଷ ସୁନିଲ କୁମାର ପଣ୍ଡା,ଅତିରିକ୍ତ ଜିଲ୍ଲା ଚିକିତ୍ସା ଅଧିକାରୀ ଡ. ଲାଲାଟଟେନ୍ଦୁ ମିଶ୍ର, ସାକ୍ଷୀଗୋପାଳ ମେଡିକାଲ ଇନିଚାର୍ଯ୍ୟ ଡ. ବିଶ୍ୱଜିତି ମିଶ୍ର,ଜିଲ୍ଲା ଅତିରିକ୍ତ ଯୋଗାଣ ଅଧିକାରୀ ଜାନକୀ ଭୂଷଣ ହାଉଡାସିଂ, ବ୍ଳକ ଯୋଗାଣ ଅଧିକାରିଣୀ ଜୟନ୍ତୀ ହରିଚନ୍ଦନ, ଜିଲ୍ଲା ମଙ୍ଗଳ ଅଧିକାରୀ ବିକାଶ କୁମାର ମହାନ୍ତି, ଜିଲ୍ଲା ସମାଜ କଲ୍ୟାଣ ଅଧିକାରିଣୀ ପୁଷ୍ପାଞ୍ଜଳି ମିଶ୍ର , ସିଡିପିଓ ରାଜଲକ୍ଷ୍ମୀ ଦାଶ, ସୁପରଭାଇଜର ମିତା ନାଗ, ଜିଲ୍ଲା ଗୃଷି ଅଧିକାରୀ ସୁବାଷ ବେହେରା, ସତ୍ୟବାଦୀ କୃଷି ଅଧିକାରୀ କଲ୍ୟାଣ କୁମାର ରାୟ, ଉଦ୍ୟାନ ବିଭାଗ ଅଧିକାରୀ ଦେବଦାସ ଦତ୍ତ, ଜଳସେଚନ ବିଭାଗ, ଆରଡି , ବିଦ୍ୟୁତ ବିଭାଗର ଏସଡିଓ , ଜେଇଙ୍କ ସହିତ ବ୍ଳକର ସମସ୍ତ ବିଭାଗର ଅଧିକାରୀ ମାନେ ଉପସ୍ଥିତ ରହିଥିଲେ । ବ୍ଳକର ବଡବାବୁ ପ୍ରଫୁଲ କୁମାର ବେହେରା ଜନଶୁଣାଣି ଶିବିର ପରିଚାଳନାରେ ସହଯୋଗ କରିଥିଲେ । ସେହିପରି କେତେକ ଜନପ୍ରତିନିଧି ଜିଲ୍ଲାପାଳ ନ ଆସିବାରୁ ଅଭିଯୋଗ ନ କରି ଫେରିଯାଇଥିବାର ଦେଖାଯାଇଥିଲା । ବିଭିନ୍ନ ପଞ୍ଚାୟତର ଜନପ୍ରତିନିଧି ଓ ଆତ୍ମାର ଅଧ୍ୟକ୍ଷ ରାମଚନ୍ଦ୍ର ମହାନ୍ତି ଜନଶୁଣାଣି ଣିବିରରେ ଉପସ୍ଥିତ ରହିଥିଲେ । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୩/୫/୨୦୨୨---୬,୫୦