Breaking News

ବିଭିନ୍ନ ମଠ ମନ୍ଦିରରେ ସାବିତ୍ରୀ ପୂଜା ପାଳିତ ହୋଇଯାଇଛି

Sabitri Puja is celebrated in various monasteries.

ସାକ୍ଷୀଗୋପାଳ ----ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକ୍ ଅନ୍ତର୍ଗତ ସୁକଳ ଗ୍ରାମରେ ଥିବା ଓଁ ଶ୍ରୀ ଶ୍ରୀ ସିଂଙ୍ଘେଶ୍ୱର ଦେବଙ୍କ ଶୈବ ପୀଠ ରେ ସାବିତ୍ରୀ ବ୍ରତ ପାଇଁ ଆଜି ଭିଡ଼ ପରିଲକ୍ଷିତ ହୋଇଥିଲା । ସ୍ଥାନୀୟ ମହିଳା ମାନେ  ଏହି ପୀଠରେ ସାବିତ୍ରୀ ବ୍ରତ ପାଳନ କରିଥିଲେ ।  ସେହିପରି ସାକ୍ଷୀଗୋପିନାଥ  ମନ୍ଦିର ସହିତ ବିଭିନ୍ନ ଶୈବପୀଠ ଓ ମଠ ମାନଙ୍କରେ ଓ  ଘରେ ଘରେ ସାବିତ୍ରୀ ବ୍ରତ ପୂଜା ପାଳିତ ହୋଇଯାଇଛି ।  ପୁରାଣ ଶାସ୍ତ୍ର ମତ ଅନୁସାରେ ଓଡିଶାରେ ଏହି ପୂଜା ନୀତି ନିୟମ ଅନୁସାରେ ପାଳିତ ହୋଇଥାଏ । ସ୍ୱାମୀର ଦୀଘାୟୁ ଆୟୁସ କାମନା କରି ମହିଳା ମାନେ ଏହି ବତ୍ର କରିଥାନ୍ତି । ସଧବା ମହିଳା ମାନେ ଧୁଆମୁଗ, ଆମ୍ବ, ପଣସ, ତାଳ, ଖଜୁରୀକୋଳି, ସେଓ, ଅଙ୍ଗୁର, ଡାଳିମ୍ବ, କମଳା, ଚାଉଳିଆ, ଲିଚୁକୋଳି,ନଡିଆ , ପାଚିଲା କଦଳୀ , ସପୁରୀ ଆଦି ଫଳମୁଳ ଭୋଗ  ସହିତ ନୂତନ ଲୁଗା, ସିନ୍ଦୁର, କାଚ, କାଗଜ ଅଳତା ମା ସାବିତ୍ରୀଙ୍କୁ ଅର୍ପଣ କରିଥିଲେ ।
ସୁକଳରୁ ବିଶ୍ବଜିତ ପଟ୍ଟନାୟକଙ୍କ ରିପୋର୍ଟ,୩୦/୫/୨୦୨୨----୪,୪୫  Sakhigopal News,30/5/2022

Blog Archive

Popular Posts