ଭଞ୍ଜନଗର ପୋଲିସର ଜୁଆ ଆଡ୍ଡା ଉପରେ ଚଢ଼ାଉ ; 5 ଜୁଆଡି ଗିରଫ, 17 ହଜାର ଟଙ୍କା ଜବତ
ଭଞ୍ଜନଗର---- ଭଞ୍ଜନଗର ଥାନା ଅନ୍ତର୍ଗତ ଜିଲୁଣ୍ଡି ଗାଁ ବଡ଼ଦାଣ୍ଡ ସାହି ନିକଟରେ ଚାଲିଥିବା ଜୁଆ ଖେଳ ଉପରେ ପୋଲିସ ର ଚଢ଼ାଉ କରିଛି । ଏକ ବିଶ୍ବସ୍ତ ସୂତ୍ରରୁ ସୂଚନା ପାଇ ପୋଲିସ ଏହି ଚଢାଉ କରିଥିଲା । ଘଟଣା ସ୍ଥଳରୁ ୫ ଜଣ ଜୁଆଡିଙ୍କୁ ପୋଲିସ ଗିରଫ କରିଛି । ସେମାନଙ୍କ ଠାରୁ ନଗଦ ୧୭,୧୩୦ ଟଙ୍କା ସହ ୪ ଟି ମୋଟର ସାଇକେଲ , ୪ ଟି ମୋବାଇଲ ଓ ଖେଳ ସରଞ୍ଜାମ ଜବତ କରିଛି ପୋଲିସ । ଏନେଇ ଏକ ମାମଲା ରୁଜୁ କରିଥିବା ନେଇ ଥାନାଧିକାରୀ ଧିରେଶ କୁମାର ଦାସଙ୍କ ଠାରୁ ସୂଚନା ମିଳିଛି । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୪/୫/୨୦୨୨----୬,୩୫ Sakhigopal News,24/5/2022