Breaking News

ଅଳଗୁମ ସରସ୍ୱତୀ ଶିଶୁ ମନ୍ଦିରରଚତୁର୍ଦ୍ଦଶ ବାର୍ଷିକ ଉତ୍ସବ ଅନୁଷ୍ଠିତ

The 14th anniversary of the Algum Saraswati Shishu Mandir is celebrated

ସାକ୍ଷୀଗୋପାଳ-----ଅଳଗୁମ ସରସ୍ୱତୀ ଶିଶୁ ମନ୍ଦିର ପରିସରରେ  ଚତୁର୍ଦ୍ଦଶ ବାର୍ଷିକ ଉତ୍ସବ  ଅନୁଷ୍ଠିତ ହୋଇଯାଇଛି।  ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ଶିଶୁ ମନ୍ଦିର ର ସଭାପତି ରମେଶ ହରିଚନ୍ଦନ ଅନୁଷ୍ଠିତ ସଭାରେ ସଭାପତିତ୍ବ କରିଥିଲେ । ଅନ୍ୟତମ  ଅତିଥି ଭାବେ ସତ୍ୟବାଦୀ ପଞ୍ଚାୟତ ସମିତି ଅଧ୍ୟକ୍ଷ ସୁନୀଲ କୁମାର ପଣ୍ଡା, ବ୍ଲକ ଉପାଧ୍ୟକ୍ଷା ନିବେଦିତା ପାତ୍ର, ଅଳଗୁମ ସରପଞ୍ଚ ସରସ୍ୱତୀ ବିଶ୍ବାଳ, ସମିତି ସଭ୍ୟା ପୁଷ୍ପାଞ୍ଜଳି ବିଶ୍ଵାଳ, ଅନୁଷ୍ଠାନ ର ସମ୍ପାଦକ ସନ୍ତୋଷ କୁମାର ମହାନ୍ତି,ସହ ସମ୍ପାଦକ କେଦାରନାଥ ନାୟକ, କୋଷାଧ୍ୟକ୍ଷ ଲଳିତ ମୋହନ ସେଠୀ, ଶିକ୍ଷାବିତ ଗଙ୍ଗାଧର ଛାଟୋଇ, ସାହିତ୍ୟ ଏକାଡେମୀର ସଦସ୍ୟ ବିରେନ୍ଦ୍ର ମହାନ୍ତି ଓ ସାହିତ୍ୟିକ ହେମନ୍ତ କୁମାର ଛୋଟରାୟ ଯୋଗଦେଇ ପିଲା ମାନଙ୍କୁ ସଠିକ ମାର୍ଗ, ନୀତି , ଶିକ୍ଷା ଦେଇ ପାରିଲେ ଏହି ପିଲାମାନେ ଜଣେ ଜଣେ ଭଲ ମଣିଷ ହୋଇ ପାରିବେ ବୋଲି ଅତିଥି ମାନେ ମତପ୍ରକାଶ କରିଥିଲେ। ବିଦ୍ୟାଳୟର ପ୍ରତିଷ୍ଠାତା ନିର୍ମଳ ଚନ୍ଦ୍ର ମହାନ୍ତିଙ୍କ ଆତ୍ମାର ସଦଗତି ନିମନ୍ତେ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା। ଶିକ୍ଷାନୁଷ୍ଠାନର ପ୍ରଧାନ ଆଚାର୍ଯ୍ୟା ସସ୍ମିତା ଦାସ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ ।  ଗୁରୁମା ଓ ଗୁରୁଜୀ ବୃନ୍ଦ ପରିଚାଳନାରେ ସହଯୋଗ କରିଥିଲେ। ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ହାସଲ କରିଥିବା   ଛାତ୍ରଛାତ୍ରୀଙ୍କୁ ଅତିଥି ମାନଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା। ଶିକ୍ଷକ ବିଷ୍ଣୁ ପ୍ରସାଦ ଦାସଙ୍କୁ ପୁଷ୍ପଗୁଚ୍ଛ, ଉତ୍ତରୀୟ ଓ ମାନପତ୍ର ଦେଇ ସମ୍ମାନିତ କରାଯାଇଥିଲା। ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତିଙ୍କ ରିପୋର୍ଟ,୨୬/୫/୨୦୨୨-----୬,୧୦  Sakhigopal News,26/5/2022

Blog Archive

Popular Posts