ସାକ୍ଷୀଗୋପିନାଥ ଦେବଙ୍କ ଭିତର ଚନ୍ଦନ ଆରମ୍ଭ
The sandalwood inside the Sakshigopinath Deva begins
ସାକ୍ଷୀଗୋପାଳ ----- ସାକ୍ଷୀଗୋପିନାଥ ଦେବଙ୍କ ଅକ୍ଷୟତୁତୀୟା ଠାରୁ ୨୧ ଦିନ ଧରି ବାହାର ଚନ୍ଦନ ଯାତ୍ରା ଶେଷ ହୋଇଯାଇଛି । ଏବେ ଭିତର ଚନ୍ଦନ ଯାତ୍ରା ଆରମ୍ଭ ହୋଇଯାଇଛି । ପ୍ରତିଦିନ ଠାକୁରଙ୍କ ନୀତିକାନ୍ତି କରାଯିବା ସହ ଭଅଣ୍ଡଧୂପ ପରେ ଠାକୁର ଚନ୍ଦନବେଡା କରାଯିବା ପରେ ପଣା ଭୋଗ ହେବାପରେ ଦ୍ୱିପହର ଧୂପ କରାଯାଇଥାଏ । ଏହି ୨୧ ଦିନ ଭିତର ଚନ୍ଦନଯାତ୍ରାରେ ଜଳକ୍ରୀଡା ଏକାଦଶୀ, ସାବିତ୍ରୀ ବ୍ରତ, ଶୀତଳଷଷ୍ଠୀ ଓ ଚମ୍ପକଦ୍ୱାଦଶୀ ପର୍ବ ପାଳିତ କରାଯାଇଥାଏ ବୋଲି ମନ୍ଦିର ସୁପରଭାଇଜର ବିଶ୍ୱନାଥ ମହାପାତ୍ରଙ୍କ ଠାରୁ ସୁଚନା ମିଳିଛି । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି,୨୪/୫/୨୦୨୨---୫,୧୦
Sakhigopal News, 24/5/2022