Breaking News

ଡେଲାଙ୍ଗ ବ୍ଲକର ୫ଟି ଯୋଜନାରେ ସାମିଲ ହୋଇଥିବା ବିଦ୍ୟାଳୟ ଗୁଡିକର କାର୍ଯ୍ୟ ବୁଲି ଦେଖିଲେ ପୁରୀ ସାଂସଦ

Puri MPs toured the schools involved in five schemes in the Delang block.


ଡେଲାଙ୍ଗ---- ପୁରୀ ସାଂସଦ ପିନାକୀ ମିଶ୍ର ଓ ବିଧାୟକ ରୁଦ୍ରପ୍ରତାପ ମହାରଥି  ଡେଲାଙ୍ଗ ବ୍ଲକର ବିଭିନ୍ନ ଉନ୍ନୟନ ମୁଳକ ପ୍ରକଳ୍ପ କାର୍ଯ୍ୟ ବୁଲି ଦେଖିବା ସହ କାର୍ଯ୍ୟର ସମୀକ୍ଷା କରିଛନ୍ତି । ସାଂସଦ ଓ ବିଧାୟକ ଡେଲାଙ୍ଗ ବ୍ଲକ ଅର୍ନ୍ତଭୁକ୍ତ ୫ଟି ବିଦ୍ୟାଳୟ ଚାଇଁପୁର ପଞ୍ଚାୟତ ଅର୍ନ୍ତଗତ ସରକାରୀ ଉଚ୍ଚ ବିଦ୍ୟାଳୟ ଷଡାଙ୍ଗୋଇ,ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଡେଲାଙ୍ଗ କୋଠବାଡ,ଜେନାପୁର ପଞ୍ଚାୟତର ଚନ୍ଦ୍ରଶେଖର ଦେବ ଉଚ୍ଚ ବିଦ୍ୟାଳୟ ବୁଲି ଦେଖିବା ସହ ରାଜ୍ୟ ସରକାରଙ୍କ ୫ଟି ଯୋଜନାରେ ଅର୍ନ୍ତଭୁକ୍ତ କାର୍ଯ୍ୟକୁ ପ୍ରଶଂସା କରିଥିଲେ ।ଏହି କାର୍ଯ୍ୟକ୍ରମରେ ଡେଲାଙ୍ଗ ବ୍ଲକ ଅଧ୍ୟକ୍ଷା ବାସନ୍ତୀ  ସାହୁ ,ଜିଲ୍ଲାପରିଷଦ ପ୍ରସନ୍ନ ସାହୁ,ସମବାୟବିତ୍ ବୈାରାଗୀ ଜେନା,୨୪ ନମ୍ବର ଜିଲ୍ଲା ପରିଷଦ ଧରଣୀଧର ସାହୁ,ପିପିଲି ବ୍ଲକ ସାଂସଦ ପ୍ରତିନିଧି ନାରାୟଣ ସ୍ୱାଇଁ, ପୁର୍ବତନ ଜିଲ୍ଲାପରିଷଦ କିଶୋର ଛୋଟରାୟ,ଡେଲାଙ୍ଗ କୋଠବାଡ ପଞ୍ଚାୟତ ସରପଞ୍ଚ ଦୀପକ ସାହୁ,ଡେଲାଙ୍ଗ ବିଡିଓ ଦିଲ୍ଲିପ କୁମାର ଷଡଙ୍ଗି,ସହକାରୀ ନିର୍ବାହୀ ଯନ୍ତ୍ରୀ ରାଜେଶ୍ୱର ମହାରଣା ପ୍ରମୁଖ ଉପସ୍ଥିତ ଥିଲେ ।  

ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୩୦/୫/୨୦୨୨---୪,୨୦   Sakhigopal News, 30/5/2022

Blog Archive

Popular Posts