17 ବର୍ଷ ପରେ ୱାରେଣ୍ଟି ଗିରଫ
Warranty arrested 17 years later
ସାକ୍ଷୀଗୋପାଳ----- ସତ୍ୟବାଦୀ ପୋଲିସ ଆଖିରେ ଧୁଳି ଦେଇ ବରାଳ ଗ୍ରାମର ଦୋଳ ଗୋବିନ୍ଦ ଭୋଇ ବୁଲୁଥିଲା । ତାଙ୍କ ନାମରେ ୨୦୦୫ ମସିହାରେ କୋର୍ଟରେ ତାଙ୍କ ଝିଅ ମେଣ୍ଟାନସ କେସ ଏକ ରୁଜ କରିଥିଲେ ।ତାହା ବିଚାରଧୀନ ରହିଥିବା ବେଳେ ଶ୍ରୀ ଭୋଇ ଫେରାର ରହିଥିଲେ । ପୋଲିସ ରେକର୍ଡ ଅନୁଯାୟୀ ସେ ମଧ୍ୟ ଫେରାର ରହିଥିଲେ । ମାତ୍ର ମାନ୍ୟବର ଉଚ୍ଚତମ ନ୍ୟାୟଳୟଙ୍କ ନିର୍ଦ୍ଦେଶ କ୍ରମେ ପୁରୀ ଏସପିଙ୍କ ତତ୍ୱବଧାନରେ ଏସଡିପିଓ ଦେବଦତ୍ତ ବରାଳଙ୍କ ଏକ ଟିମ ଗଠନ କରାଯାଇ ଶ୍ରୀ ଭୋଇଙ୍କୁ ଗିରଫ କରାଯାଇ ଆଜି ତାଙ୍କୁ କୋର୍ଟ ଚାଲାଣ କରାଯାଇଛି ବୋଲି ସତ୍ୟବାଦୀ ଥାନା ଆଇଆଇସି ବିଜୟ କେତନ ବେହେରାଙ୍କ ଠାରୁ ସୁଚନା ମିଳିଛି । ଥାନା ଏଏସଆଇ କୃଷ୍ଣଚନ୍ଦ୍ର ବେହେରା କେସ ତଦନ୍ତ କରୁଥିବା ଜଣାପଡିଛି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୮/୫/୨୦୨୨---୫,୨୫
Sakhigopal News, 18/5/2022