Breaking News

ଜଟଣୀ ବ୍ୟବସାୟୀ ସଙ୍ଘ ଓ ଶ୍ରମିକ ୟୁନିଅନର ବୈଠକ

Meetings of trade unions and trade unions.
ଜଟଣୀ----  ଜଟଣୀ ଚାମ୍ବର ଅଫ କମର୍ସ ଓ ଜଟଣୀ ଲେବର ୟୁନିଅନର ଏକ ବୈଠକ ସ୍ଥାନୀୟ ଅଗ୍ରୱାଲ ଧର୍ମଶାଳାରେ ଅନୁଷ୍ଠିତ ହୋଯାଇଛି। ଚାମ୍ବର ଅଫ କମର୍ସର ସମ୍ପାଦକ  ଆଡଭୋକେଟ ବିଶ୍ଵନାଥ ଯୋଶୀଙ୍କ ପୌରହିତ୍ୟରେ ଅନୁଷ୍ଠିତ  ବୈଠକରେ ଲେବର ୟୁନିଅନର ସଭାପତି ଡ଼ଃ ଶିବପ୍ରସାଦ ଖୁଣ୍ଟିଆ ଓ ସମ୍ପାଦକ ଶ୍ରୀକାନ୍ତ ପ୍ରଧାନଙ୍କୁ ସ୍ବାଗତ କରାଯାଇଥିଲା। ଏହି ଅବସରରେ କରୋନା କାଳରେ ଶ୍ରମିକ ମାନଙ୍କର ମଜୁରୀ ବୃଦ୍ଧି ହୋଇନଥିବା ବିଷୟରେ ଆଲୋଚନା ହୋଇଥିଲା। ଆସନ୍ତା ତା ୦୧.୦୬.୨୨ରିଖ ଠାରୁ ଶତକଡ଼ା ୩୫% ଭାଗ ମଜୁରୀ ବଢାଯିବାକୁ ସର୍ବସମ୍ମତି କ୍ରମେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ଉକ୍ତ ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ରବିନ୍ଦ୍ର କୁମାର ଅଗ୍ରୱାଲ, ସୁନିଲ ଅଗ୍ରୱାଲ, ରାଜେନ୍ଦ୍ର ଶର୍ମା, ଅନିଲ ଅଗ୍ରୱାଲ, ନିରଜ ଯୋଶୀ ପ୍ରମୁଖ ଉପସ୍ଥିତ ଥିଲେ। ଶ୍ରମିକ ସର୍ଦ୍ଦାର ପ୍ରତିନିଧି ଭାବରେ ପ୍ରସନ୍ନ ମହାରଥୀ ଉକ୍ତ ବୈଠକରେ ଯୋଗଦେଇଥିଲେ। ଉଭୟ ଅନୁଷ୍ଠାନ ଏକାଠି ହୋଇ ସମସ୍ତ ସମସ୍ୟାର ମୁକାବିଲା କରିବାକୁ ବୈଠକରେ ସଂକଳ୍ପ ନିଆଯାଇଥିଲା।
ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୨୬/୫/୨୦୨୨----୬,୨୦   Sakhigopal News,26/5/2022

Blog Archive

Popular Posts