40ଲିଟର ବିଦେଶୀ ମଦ ଜବତ, 1 ଗିରଫ
40 liters of foreign liquor seized, 1 arrested
ଭଞ୍ଜନଗର- ତାରସିଂ ଥାନା ଗାଲେରୀ ଫାଣ୍ଡି ଅନ୍ତର୍ଗତ ବିଲୁଆପଡା ଗ୍ରାମ ନିକଟ ନିଛାଟିଆ ରାସ୍ତାରେ ଏକ ସାଇକେଲରେ ବିଦେଶୀ ମଦ ବେଝାେଇ କରି ଆସୁଥିବାର ଖବର ପାଇ ତାରସିଂ ଓ ଗାଲେରୀ ଫାଣ୍ଡି ପୁଲିସ ଜଗି ରହିଥିଲେ । ଚଢ଼ାଉ କରି ୪୦ ଲିଟର ବିଦେଶୀ ମଦ ଓ ସାଇକେଲକୁ ଜବତ କରିବା ସହ ବ୍ୟବସାୟୀ ବାବୁଲି ଗୈାଡକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ପ୍ରଦିପ୍ତ କୁମାର ଦାଶ କହିଛନ୍ତି।ଏଥିନେଇ ତାରସିଂ ଥାନାରେ ୧୯୫/୨୨ ମାମଲା ରୁଜୁ କରାଯାଇ ଥିବା ଥାନା ଅଧିକାରୀ ଶ୍ରୀ ଦାଶ କହିଛନ୍ତି ।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୬/୫/୨୦୨୨----୯,୪୦ Sakhigopal News,26/5/2022