ସତ୍ୟବାଦୀ ଥାନାରେ କୋଡିଏ ଦିନରେ ୫ଟି ଅବକାରୀ କେସ ମାମଲା ରୁଜ
The Satyavadi police have registered five eviction cases in twenty days.
ସାକ୍ଷୀଗୋପାଳ ----- ସତ୍ୟବାଦୀ ଥାନାରେ ୨୦ ଦିନ ମଧ୍ୟରେ ୫ଟି ଅବକାରୀ କେସ ମାମଲା ରୁଜ କରାଯାଇ ଏବେ ବିଚାରଧୀନ ଥିବା ଜଣାପଡିଛି । ଅପ୍ରେଲ ମାସ ୩୦ ତାରିଖରେ ବିଜୟ କେତନ ବେହେରା ଯୋଗ ଦେଇଥିଲେ । ଯୋଗ ଦେବା ପରେ ପରେ ପ୍ରଥମ ଚଡାଇ କରିଲେ ନିଶା ବେପାରୀ ମାନଙ୍କ ଉପରେ । ୨୦ ଦିନ ମଧ୍ୟରେ ୫ଟି ଅବକାରୀ କେସ ରୁଜ କରିଛନ୍ତି । ସେଥିମଧ୍ୟରୁ ୪ଟି ଦେଶୀ ମଦ ଚୋରାରେ ବିକ୍ରୟ କରୁଥବା ଅଭିଯୋଗରେ ମାମଲା ରୁଜ ହୋଇଥିବା ବେଳେ ୪୮ ଲିଟରରୁ ଅଧିକ ମଦ ଜବତ କରିଛନ୍ତି । ସେହିପରି ଅନ୍ୟ ଏକ କେସରୁଜ କରି ୭ କିଲୋ ୫ଗ୍ରାମ ଭାଙ୍ଗପତି ଜବତ କରିବାରେ ଶ୍ରୀ ବେହେରା ସଫଳ ହୋଇଛନ୍ତି । ପୁରୀ ଏସପିଙ୍କ ନିର୍ଦ୍ଦେଶକ୍ରମେ ଓ ଏସଡିପିଓ ଦେବଦତ୍ତ ବରାଳଙ୍କ ତତ୍ୱବଧାନରେ ସତ୍ୟବାଦୀ ଥାନାରେ ନିଶା କାରବାର ରୋକିବା ପାଇଁ ଆରମ୍ଭ ହୋଇଛି ଏହି ଚଡାଉ ବୋଲି ଥାନା ଆଇଆଇସି ଶ୍ରୀ ବେହେରାଙ୍କ ଠାରୁ ସୁଚନା ମିଳିଛି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି,୧୯/୫/୨୦୨୨---୫,୧୦ Sakhigopal News, 19/5/2022