ମୂଲ୍ୟବାନ କାଠ ସହ ବାଇକ୍ ଜବତ :୨ ଗିରଫ
Bike confiscated with valuable timber: 2 arrestedଭଞ୍ଜନଗର-ତାରସିଂ ବନାଞ୍ଚଳ ଘୋଗଡ ସେକସନରେ ଥିବା ନାଶଖାଇ ଜଙ୍ଗଲରେ ୨ଜଣ କାଠ ବ୍ୟବସାୟୀ ମୂଲ୍ୟବାନ ସାଗୁଆନ ଗଛ କାଟୁଥିଲେ । କୈଣସି ସୁତ୍ରରୁ ବନାଞ୍ଚଳ ଅଧିକାରୀ ତାରାକାନ୍ତ ଉଦଗାତା ଖବର ପାଇବା ପରେ ତାରସିଂ ବନପାଳ ଦିଲ୍ଲୀପ କୁମାର ଦାଶ ସମେତ ସ୍ମାର୍ଡ କର୍ମଚାରୀଙ୍କ ସହଯୋଗରେ ଘଘଟଣାସ୍ଥଳରେ ପହଞ୍ଚି ୨ ଅଭିଯୁକ୍ତକୁ ଗିରଫ କରିବା ସହ ବାଇକ୍ ଓ କଟାଯାଇଥିବା ଶାଗୁଆନ କାଠକୁ ଜବତ କରିଛନ୍ତି । ତାରସିଂ ବନାଞ୍ଚଳ କାର୍ଯ୍ୟଳୟକୁ ଅଣାଯାଇ ଏହି ଘଟଣାକୁ ନେଇ ଅଧିକ ତଦନ୍ତକରି ଦୁଇ କାଠ ମାଫିଆ ଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବନାଞ୍ଚଳ ଅଧିକାରୀ ଶ୍ରୀ ଉଦଗାତା କହିଛନ୍ତି ।ଗିରଫ ଅଭିଯୁକ୍ତ ଦଶପଲ୍ଲା ଅଞ୍ଚଳର ସନ୍ତୋଷ ସାହୁ ଓ ସନ୍ତୋଷ ମୂଦୁଲି ବୋଲି ଜଣାପଡିଛି । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୦/୫/୨୦୨୨----୧୦,୪୦ Sakhigopal News,20/5/2022