Breaking News

ଓଡ଼ଗାଁ ଏନ୍ଏସି ରାସ୍ତା ପାର୍ଶ୍ୱରୁ ଜବର ଦଖଲ ଉଛେଦ କଲେ କର୍ତ୍ତୁପକ୍ଷ

Authorities opposed the protest with all available police forces, special services and the army. "


ଓଡ଼ଗାଁ:- ଓଡ଼ଗାଁ ଲକ୍ଷ୍ମୀବଜାର ନିକଟସ୍ଥ ହନୁମାନ ଛକ ଠାରୁ ଶ୍ରୀରଘୁନାଥ ଜୀଉଙ୍କ ମନ୍ଦିର ପର୍ଯ୍ୟନ୍ତ ଥିବା ରାସ୍ତାର ଉଭୟ ପାର୍ଶ୍ୱର ଡ୍ରେନ୍ ଉପରେ ନିର୍ମାଣ ହୋଇଥିବା ବେଆଇନ ନିର୍ମାଣ କୁ ଓଡ଼ଗାଁ ପ୍ରଶାସନ ଉଛେଦ ଆରମ୍ଭ କରିଛନ୍ତି। 
                          ପୂର୍ବରୁ ଏହି ଯାଗାର ଉଭୟ ପାର୍ଶ୍ୱରେ ଡ୍ରେନ ଏବଂ ରାସ୍ତା ନିର୍ମାଣ ପାଇଁ ଅର୍ଥ ମଞ୍ଜୁର ହୋଇଥିଲା। କିଛିଦିନ ତଳେ ଏବଂ ଗତକାଲି ରାସ୍ତା ପାର୍ଶ୍ୱ ଉଛେଦ  ପାଇଁ ବେଆଇନ ନିର୍ମାଣ କରିଥିବା ବ୍ୟକ୍ତିଙ୍କୁ  ସତର୍କ କରାଯାଇଥିଲା । କିନ୍ତୁ ଏ ନେଇ କେହି ସତର୍କ ହୋଇନଥିବା ବେଳେ ଆଜି ମଧ୍ଯାହ୍ନ ସମୟରେ ଏନ୍ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ଜେନାଙ୍କ ନିର୍ଦ୍ଦେଶ କ୍ରମେ ବେଆଇନ ଜବରଦଖଲ ଉଛେଦ କରାଯାଇଛି। 
   ଗତ କିଛିଦିନ ତଳେ ପରିବା ମାର୍କେଟ , ପାର୍କ ସାମ୍ନା, ପେଟ୍ରୋଲ ପମ୍ପ ସାମ୍ନା ରେ ଥିବା ଜବରଦଖଲ ଏନ୍ଏସି ଦ୍ୱାରା ଉଛେଦ କରାଯାଇଥିଲା। 
                     ଆଜିର ଏ ଉଛେଦ କାର୍ଯ୍ୟ ସମୟରେ ଏନ୍ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ଜେନାଙ୍କ ସହ ଓଡ଼ଗାଁ ଥାନା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ପଟ୍ଟାୟତ, ଅତିରିକ୍ତ ତହସିଲଦାର ନିରଞ୍ଜନ ନାୟକ, ରାଜସ୍ବ ନିରୀକ୍ଷକ ବଳରାମ ସାହୁ ଏବଂ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ଓଡ଼ଗାଁ ପୋଲିସ ପକ୍ଷରୁ ଫୋର୍ସ ମୁତୟନ କରାଯାଇଥିଲା । 

ରିପୋର୍ଟ:- ଦିଲ୍ଲୀପ୍ କୁମାର ବିଶୋଇ, ଓଡ଼ଗାଁ
ତା:- ୨୭/୫/୨୨ ----- ୩,୫୦  Sakhigopal News,27/5/2022

Blog Archive

Popular Posts