Breaking News

କୃଷି ସାମଗ୍ରୀର ଖୁଚୁରା ବ୍ୟବସାୟୀ ମାନଙ୍କୁ ପ୍ରଶିକ୍ଷଣ ଶିବିର

Training camp for agricultural retailers


ସାକ୍ଷୀଗୋପାଳ-----ସତ୍ୟବାଦୀ ବ୍ଳକ ଅନ୍ତର୍ଗତ କୃଷି ଫାର୍ମ ପରିସରରେ ଥିବା ଆତ୍ମାର ସଭାଗୃହ ପରିସରରେ କୃଷି ସମାଗ୍ରୀର ଖୁଚୁରା ବ୍ୟବସାୟୀ ମାନଙ୍କୁ ଦିନିକିଆ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ନୂତନ କୃଷି ଆଇନ ତଥା ଅନଲାଇନି ଅନୁସାରେ ଏବେ କିଣା ବିକା ହେବ । ବିଶେଷ କରି ସାର , ବିହନ ଓ କୀଟନାଶକ ଔଷଧ କିପରି ସଠିକ ଚାଷୀ ମାନେ ପାଇ ପାରିବେ ସେ  ସମ୍ପର୍କରେ ଏକ ଦିନିକିଆ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରଶିକ୍ଷଣ ଶିବିରରେ ସତ୍ୟବାଦୀର ସମସ୍ତ ସମବାୟ ସମିତିର ସମ୍ପାଦକ, କୃଷି ସମାଗ୍ରୀର ଖୁଚୁରା ବ୍ୟବସାୟୀ ମାନେ ପ୍ରାୟ ୪୫ ଜଣ ଯୋଗ ଦେଇଥିଲେ । ସାର କଳାବଜାରୀ ରୋକିବା ପାଇଁ ଏଥର ସମସ୍ତ ସାର ବିକ୍ରୟ ସେଣ୍ଟର ମାନଙ୍କରେ ଚାଷୀ ମାନେ ସାର କିଣିବା ସମୟରେ ଆଧାର କାର୍ଡ ଓଟିପ ଚିହ୍ନ ଦେବାକୁ ପଡିବ ।ସେହିପରି ବିହନ କିଣିବା ସମୟରେ ପୁରା ଦାମରେ ଚାଷୀ ପ୍ରଥମେ ବିହନ କିଣିବା ପରେ ଅନ ଲାଇନ ମାଧ୍ୟମରେ ଚାଷୀର ଆକାଉଣ୍ଟକୁ ପ୍ରୋସାହନ ରାଣି ସିଧା ସଳକ ଯିବ ବୋଲି ଜିଲ୍ଲା କୃଷି ଅଧିକାରୀ ସୁବାଷ ବେହେରା କହନ୍ତି । ଯେଉଁ ଚାଷୀ ମାନେ କୀଟନାଶକ ଔଷଧ କିଣିବା ଆଗରୁ ଅନ ଲାଇନି ମାଧ୍ୟମରେ ନାମ ପଞ୍ଜୀକରଣ କରିବ ବା କୃଷି ଅଧିକାରୀଙ୍କ ସହିତ ଯୋଗାଯୋଗ କରିବା ପରେ ସବସିଡ ବା ସରକାର ଦେଇଥିବା ପ୍ରୋସାହନ ରାଶି ପାଇ ପାରିବେ । ଏହି ପ୍ରଶିକ୍ଷଣ ଶିବିରରେ ଆତ୍ମାର ଅଧ୍ୟକ୍ଷ ରାମଚନ୍ଦ୍ର ମହାନ୍ତି,  ବ୍ଳକ ସହକାରୀ କୃଷି ଅଧିକାରୀ ଶାନ୍ତା ସୁଚରିତା ଦାଶ , ହୃଦାନନ୍ଦ ସାମନ୍ତରାୟ, ବ୍ଳକ ସମବାୟ ସମ୍ପସାରଣ ଅଧିକାରୀ କମଳ କୁମାର ଆଚାର୍ଯ୍ୟ, ଓଡିଶା ବିହନ ନିଗରମର ଅଧିକାରୀ ନିହାର ରଞ୍ଜନ ଡେଲାଙ୍ଗ କୃଷି ଅଧିକାରୀ ସୁରେଶ କୁମାର, ସତ୍ୟବାଦୀ ବ୍ଲକ ରେ ବିଟିଏମ ଶୋଲେସ ଦାଶ, ନିବେଦିତା ପ୍ରମୁଖ  ଯୋଗ ଦେଇଥିଲେ । ସତ୍ୟବାଦୀ ବ୍ଳକ କୃଷି ଅଧିକାରୀ କଲ୍ୟାଣ କୁମାର ସାମନ୍ତରାୟ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । 

 ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୮/୫/୨୦୨୨---୫,୨୫  Sakhigopal News, 18/5/2022

Blog Archive

Popular Posts