Breaking News

24 ତମ ସର୍ବ ଭାରତୀୟ ସ୍ତରରେ ୱାଡ଼ାଖାଇ କାରାଟି ଚାମ୍ପିଅନସିପ ରେ ଡେଲାଙ୍ଗର ଛାତ୍ରଛାତ୍ରୀ ଆଣିଲେ 8 ପଦକ

Delang students win 8 medals at 24th All-India Wadakhai Karate Championships
ଡେଲାଙ୍ଗ---- ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ୍ ର ଛାତ୍ରଛାତ୍ରୀ ମାନେ ଆଣିଲେ 8 ପଦକ। 24 ତମ ସର୍ବ ଭାରତୀୟ ସ୍ତରରେ ୱାଡ଼ାଖାଇ କାରାଟି ଚାମ୍ପିଅନସିପ ରେ ଡେଲାଙ୍ଗ ର ମହତାବ ସ୍ପୋର୍ଟସ ଏକାଡେମୀ ରୁ 8 ଆଠ ଜଣ ଖେଳାଳି ଅଂଶ ଗ୍ରହଣ କରିଥିଲେ। ସର୍ବକନିଷ୍ଟ ବିଭାଗରେ ସାଇ ସତ୍ୟବ୍ରତ ଦାସ ରୌପ୍ୟପଦକ, ସୁଭଲକ୍ଷ୍ମୀ ଦାସ କାଂସ୍ୟ ପଦକ, ଓମପ୍ରକାସ ପୃଷ୍ଟି କାଂସ୍ୟ ପଦକ ହାସଲ କରିଛନ୍ତି। କନିଷ୍ଠ ବିଭାଗରେ-ଅଂଶୁମାନ ସାହୁ ରୌପ୍ୟ,ହିମାଂଶୁ ରାଉତ କାଂସ୍ୟ ପଦକ , ଅନୁସୁଡିନି ଖାଁ କାଂସ୍ୟ ପଦକ ହାସଲ କରିଛନ୍ତି। ବରିଷ୍ଟ ବିଭାଗରେ ଶାନ୍ତନୁ ବିଶ୍ୱାଳ ଓ ଗାୟତ୍ରୀ ସେଠୀ କାଂସ୍ୟ ପଦକ ହାସଲ କରିଛନ୍ତି। କୋଚ ସଂଗ୍ରାମ ମହାନ୍ତି ଓ ମ୍ୟାନେଜର ସନାତନ ସାହୁ ଏହି ଦଳରେ ସାମିଲ ହୋଇଥିଲେ । ତା 20,21, 22  ତିନି ଦିନ ପର୍ଯ୍ୟନ୍ତ ଖେଳ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ପୁରୀ ଜିଲ୍ଲାର ସମ୍ପାଦକ ନଟବର ସେଠୀ ଙ୍କୁ ବ୍ଲାକ ବେଲ୍ଟ ସହିତ ସେନ୍ ସାଇ ସମ୍ମାନରେ ସମ୍ମାନୀତ କରାଯାଇଥିଲା। କ୍ରୀଡାବିତ୍ ମାନଙ୍କୁ ଅଞ୍ଚଳର ଜନସାଧାରଣ,  ସରପଞ୍ଚ ଦୀପକ ସାହୁ, ଡେଲାଙ୍ଗ ବ୍ଲକ୍ ଅଧ୍ୟକ୍ଷା ବାସନ୍ତି ସାହୁ, ଯୁବ ନେତା ଅଜୟ କୁମାର ରାଉତରାୟ, ଜିଲ୍ଲା ପରିଷଦ ସଦସ୍ୟ ପ୍ରସନ୍ନ କୁମାର ସାହୁ ପ୍ରମୁଖ ଧନ୍ୟବାଦ୍ ସହିତ ଆଶୀର୍ବାଦ ପ୍ରଦାନ କରିଛନ୍ତି। ବିଧାୟକ ରୁଦ୍ର ପ୍ରତାପ ମହାରଥୀ ଙ୍କୁ ଡେଲାଙ୍ଗ ବ୍ଲକ୍ ରେ କ୍ରୀଡ଼ାର ଭିତ୍ତି ଭୂମୀ ପାଇଁ ନିଜ ପାଣ୍ଠିରୁ ଅନୁଦାନ ରାଶି ପ୍ରଦାନ ପାଇଁ ଜିଲ୍ଲା ପରିଷଦ ସଦସ୍ୟ ପ୍ରସନ୍ନ କୁମାର ସାହୁ ଅନୁରୋଧ କରିଛନ୍ତି।
 ଡେଲାଙ୍ଗ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୨୩/୫/୨୦୨୨---୭,୪୦ Sakhigopal News,23/5/2022

Blog Archive

Popular Posts