Breaking News

ଆରଡି କର୍ମଚାରୀଙ୍କୁ ମାଡ ମାରି ପୂର୍ବତନ ସମିତିସଭ୍ୟାଙ୍କ ସ୍ୱାମୀ ଗିରଫ

The husband of a former committee member was beaten to death by an RD employee

ସାକ୍ଷୀଗୋପାଳ---- ସତ୍ୟବାଦୀ ଆର.ଡିର ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ  ପଦ୍ମନାଭ ସେନାପତି ବିଭାଗୀୟ ଜେଇଙ୍କ ନିର୍ଦ୍ଦେଶକ୍ରମେ ଚୁରାଳି ନିକଟରେ ଚାଲିଥିବା କାମ ତଦାରଖ କରିବା ପାଇଁ ଯାଇଥିଲେ । ସେଠାରେ କାମ କିଛି ଖରାପ ହେଉଥବା ଦେଖି କର୍ମଚାରୀ ଶ୍ରୀ ସେନାପତି ଜଣଙ୍କ ଏହାକୁ ବିରୋଧ କରିବା ସହ ବିଭାଗୀୟ ଜେଇଙ୍କୁ ଜଣାଇଥିଲେ । ଏହାକୁ ନେଇ କାମ କରୁଥିବା ବା ଠିକାଦାରଙ୍କ ପକ୍ଷରୁ  ନିଯୁକ୍ତି ହୋଇଥବା ଚୁରାଳି ଗ୍ରାମର ପୂର୍ବତନ ସମିତିସଭ୍ୟାଙ୍କ ସ୍ୱାମୀ ଇନ୍ଦ୍ରଜିତି ପ୍ରଧାନ ଶ୍ରୀ ସେନାପତିଙ୍କୁ ମାଡ ମାରିଥିଲେ । ଶ୍ରୀ ସେନାପତି ଥାନାରେ ଲିଖିତ ଅଭିଯୋଗ କରିବା ସହ ବିଭାଗୀୟ ଜେଇଙ୍କୁ ଜଣାଇଥିଲେ । ଏସକ୍ରାନ୍ତରେ  ସତ୍ୟବାଦୀ ଥାନାରେ ୧୧୮/୨୨ରେ ଏକ କେସରୁଜ କରାଯାଇ ତଦନ୍ତ ଜାରି ରହିଥିଲା । ଏସଡିପିଓ ଦେବଦତ୍ତ ବରାଳଙ୍କ ନିର୍ଦ୍ଦେଶକ୍ରମେ ଥାନା ଆଇଆଇସି ବିଜୟ କେତନ ବେହରା ସଦଳବଳେ ଚୁରାଳି ଗ୍ରାମ ଉପରେ ଚଡାଉ କରି ଅଭିଯୁକ୍ତ ଶ୍ରୀ ପ୍ରଧାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଜଣାପଡିଛି । ଏଏସଆଇ କୃଷ୍ଣଚନ୍ଦ୍ର ବେହେରା ଏହି କେସ ତଦନ୍ତ କରୁଥିବା ଜଣାପଡିଛି । 

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୮/୫/୨୦୨୨---୫,୨୫ 

 Sakhigopal News, 18/5/2022

Blog Archive

Popular Posts