ମଦ୍ୟପ ସ୍ବାମୀ ର ଉନ୍ମତ୍ତ କାଣ୍ଡ .. ସ୍ତ୍ରୀ ର ଅଭିଯୋଗ ପରେ , ଗିରଫ ହେଲା ସ୍ବାମୀ
The drunken husband's madness .. After the wife's complaint, the husband was arrested
ଭଂଜନଗର - ତାରସିଂ ଥାନା ଅନ୍ତର୍ଗତ ବୁଢାମାରୀ ଗ୍ରାମରେ ସ୍ତ୍ରୀ ର ଅଭିଯୋଗ ପରେ ଗିରଫ ହେଲା ସ୍ବାମୀ । ଗିରଫ ଅଭିଯୁକ୍ତ ହେଲେ ଦିଲ୍ଲୀପ ଦାଶ । ସ୍ତ୍ରୀ ମାଳ ଦାସ ଙ୍କ ଅଭିଯୋଗ ପ୍ରକାରେ ସ୍ତ୍ରୀ , ବାପା , ମା ଓ ପିଲାଛୁଆଙ୍କୁ ଅଧିକାଂଶ ସମୟରେ ମଦ୍ୟପାନ କରି ମାଡ ମାରି ଆସୁଥିଲେ ଦିଲ୍ଲିପ । ଏନେଇ ସ୍ତ୍ରୀ ତାରସିଂ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗକୁ ଭିତ୍ତି କରି ତାରସିଂ ଥାନା କେସନଂ ୧୫୧/୨୨ ମାମଲା ରୁଜୁ କରାଯାଇଛି । ସ୍ବାମୀ ଦିଲ୍ଲୀପ ଦାଶକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ତାରସିଂ ଥାନା ଅଧିକାରୀ ପ୍ରଦିପ୍ତ କୁମାର ଦାଶ କହିଛନ୍ତି । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୨/୫/୨୦୨୨,୧୦,୫୦ Sakhigopal News,22/5/2022