Breaking News

ବାପୁଜୀ ନଗର ଆଦର୍ଶ କଲୋନୀରେ ଜାଗା ସମ୍ପର୍କ ଉତ୍ସବ ଅନୁଷ୍ଠିତ

The Bapuji Nagar Adarsh ​​Colony is hosting a landmark festival.


ଜଟଣୀ --- ଜାଗା ସମ୍ପର୍କ ଉତ୍ସବ ର ଅନ୍ତିମ ଦିବସରେ ବାପୁଜୀ ନଗର ଆଦର୍ଶ କଲୋନୀ କ୍ଲଷ୍ଟର ଜାଗା ସମ୍ପର୍କ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବରେ ନିର୍ବାହୀ ଅଧିକାରୀ ଦିଲିପ୍ କୁମାର ମହାନ୍ତି, ମୁଖ୍ୟ ବକ୍ତା ଭାବରେ  ପୌରଯନ୍ତ୍ରୀ ଅନୁରାଧା ପ୍ରଧାନ, ସମ୍ମାନିତ ଅତିଥି ଭାବେ କାଉନସିଲର ସୁନୀତା ରାୟ, ଦିଲିପ୍ କୁମାର ମାର୍ଥା, ସମାଜ ସେବୀ ଲୁସେନ ରାୟ, ବରିଷ୍ଠ ଗୋଷ୍ଠୀ ସଂଯୋଜକ, ଗୋଷ୍ଠୀ ସଂଯୋଜିକା ମାନେ ଯୋଗ ଦେଇଥିବା ବେଳେ ଏଗାରଟି SDAର ସଭାପତି ଓ ସଂପାଦକ ମାନେ ଯୋଗଦେଇଥିଲେ ।  ନିର୍ବାହୀ ଅଧିକାରୀ,ପୌରଯନ୍ତ୍ରୀ, କନିଷ୍ଠ ଯନ୍ତ୍ରୀ ଓ MNS ମ୍ୟାନେଜର ଙ୍କୁ ବସ୍ତି ବାସିନ୍ଦା ପକ୍ଷରୁ ବିଶ୍ଵକର୍ମା ସମ୍ମାନ ରେ ମହାସଂଘ ପକ୍ଷରୁ ସମ୍ମାନିତ କରାଯାଇଥିଲା । ଏଥିରେ ସ୍ଥାନୀୟ SDAଓ ଷଣ୍ଢପୁର SDAର ଛୋଟ ପିଲାମାନେ ନୃତ୍ୟ ପରିବେଷଣ କରିଥିଲେ  । କାର୍ଯ୍ୟକ୍ରମ ର ଅନ୍ତିମ ଦିନରେ ଜାଗା ମିଶନର ସ୍ରଷ୍ଟା ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଧନ୍ୟବାଦ ଦେବା ସମୟରେ ସେଠାରେ ଉପସ୍ଥିତ ଥିବା  ମହିଳା ମାନଙ୍କ ହୁଳହୁଳି ଓ ପୁରୁଷ ମାନଙ୍କ କରତାଳିରେ ସ୍ଵାଗତ କରାଯାଇଥିଲା।
ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୨୪/୫/୨୦୨୨--୯,୦୫  Sakhigopal News,24/52022

Blog Archive

Popular Posts