ବଗିଚା ବାଡ ଭାଙ୍ଗି, ଗଛପତ୍ର ନଷ୍ଟ କଲେ ଦୃବୁର୍ତ୍ତ ; ଥାନାରେ ଅଭିଯୋଗ
The garden fence was broken, and the trees were destroyed; Complaint to the police
ସାକ୍ଷୀଗୋପାଳ ---- ସତ୍ୟବାଦୀ ଥାନା ଅନ୍ତର୍ଗତ ରାୟଖଣ୍ଡି ଗ୍ରାମର ପ୍ରଫୁଲ ଚନ୍ଦ୍ର ମିଶ୍ରଙ୍କ ତାଙ୍କ ଗ୍ରାମ ନିକଟରେ ଥିବା ବଙ୍ଗାଳିସାହିରେ ଏକ ବଗିଚା ରହିଛି । ବଗିଚାରେ ନଡିଆ, ଆମ୍ବ, ପଣସ ଓ ଆକାଶିଆ କିଛି ଗଛ ଲଗାଇଛନ୍ତି । ଉକ୍ତ ଗଛ ଗୁଡଇକର ସୁରକ୍ଷା ଦେବା ପାଇଁ ବଗିଚାରେ ବାଡ କରିଥିଲେ । କୌଣସି ଦୃବୁର୍ତ୍ତ ଗଛ ଗୁଡିକ ନଷ୍ଟ କରିବା ସହ ବାଡ ଭାଙ୍ଗିବା ସହ ପୋତା ଯାଇଥିବା ବାଉଁଶଖୁଣ୍ଠ ଓ ସିମେଣ୍ଠଖୁଣ୍ଠ ଗୁଡିକ ଓପାଡି ଦେବା ସହ ଭାଙ୍ଗିରୁଜି ଦେଇଛନ୍ତି । ଏ ସମ୍ପର୍କରେ ସତ୍ୟବାଦୀ ଥାନାରେ ଲିଖିତ ଭାବେ ଜଣାଇଥିବା ଜଣାପଡିଛି । ରାସ୍ତା କରରେ ଥିବା ବଗିଚାରେ ନିଆଁ ଲଗାଇ ଦେବା ସହ ଗଛ ପତ୍ର ନଷ୍ଟ କରୁଥିବା ନେଇ ଅଭିଯୋଗରେ ସେ ଉଲ୍ଲେଖ କରିଛନ୍ତି । ତୁରନ୍ତ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ଶ୍ରୀ ମିଶ୍ର ଦାବି କରିଛନ୍ତି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି,୨୪/୫/୨୦୨୨---୫,୧୦
Sakhigopal News, 24/5/2022