Breaking News

ଦଣ୍ଡକାଳୀଙ୍କ ନାମରେ , ଅସାଧୁଙ୍କ ଭଣ୍ଡାମି ନୀତି; କାର୍ଯ୍ୟାନୁଷ୍ଠାନ ପାଇଁ କମିଟି ବୈଠକ

 In the name of the punisher, the fraudulent policy of the dishonest; Committee meeting for action.

   
 ଭଞ୍ଜନଗର-- ଦକ୍ଷିଣ ଓଡ଼ିଶାର ପ୍ରସିଦ୍ଧ ଶକ୍ତିପୀଠ ମଧ୍ୟରେ ଗଂଜାମ ଜିଲ୍ଲାର ଭଂଜନଗର ବ୍ଳକ ଅନ୍ତର୍ଗତ ଗାଲେରୀ ଠାରେ ଅଧିଷ୍ଠିତ ମା' ଦଣ୍ଡକାଳୀ ମନ୍ଦିର ରହିଛି । ସମଗ୍ର ଜିଲ୍ଲାରେ ମା' ଅପାର ମହିମା କୁ , ଲକ୍ଷଲକ୍ଷ ଭକ୍ତ ବିଶ୍ବାସ କରିଆସୁଛନ୍ତି । ଏପରିକି ଏଠାରେ ଅନୁଷ୍ଠିତ ହେଉଥିବା ଚୈତ୍ର ପର୍ବ ଦଣ୍ଡ ଯାତ୍ରା ର ମଧ୍ୟ ପ୍ରସିଦ୍ଧି ରହିଛି ।  ହଜାର ସଂଖ୍ୟକ  ଦଣ୍ଡୁଆ ଭାବରେ ମାନସିକ ପୁରଣ ପାଇଁ ସାମିଲ୍ ହୋଇ ଆସୁଛନ୍ତି । ତେବେ ଗତ କିଛି ବର୍ଷ ହେଲା ଗାଲେରୀ ର ମା' ଦଣ୍ଡକାଳୀ ଙ୍କ ନାମନେଇ  ଏବଂ ଗାଲେରୀ ମା' କାଳୀଙ୍କ ଭଉଣୀ ଆଖ୍ୟା ଦେଇ କିଛି ଠକ୍ ସଂଗଠନ ଓ ଅସାଧୁ ମାନେ ଚାନ୍ଦା ଅଦାୟ କରୁଥିବା ଜଣାପଡିଛି ।  ଏପରିକି ଗାଲେରୀ ଶକ୍ତିପୀଠ ଓ କାଳୀଙ୍କ ମହିମା କୁ ବିକୃତ କରାଯାଉଛି ବୋଲି  ଅଭିଯୋଗ କରିଛନ୍ତି ଗାଲେରୀ ଦଣ୍ଡକାଳୀ କମିଟି । ଏନେଇ ରବିବାର ଦିନ  ଗାଲେରୀ ମନ୍ଦିର ଠାରେ ଏକ କମିଟି ବୈଠକ ବସିଥିଲା । ଏଭଳି ହିନ ଚିନ୍ତାଧାରା ଠାରୁ ଅସାଧୁ ବ୍ୟକ୍ତି ଓ ସଂଗଠନ ମାନେ ନିବୃତ ରହିବାକୁ ଚେତାବନୀ କମିଟି ପକ୍ଷରୁ ଦିଆଯାଇଛି ।  ଏଥିରୁ ନିବୃତ ନ ହେଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଦଣ୍ଡକମିଟି ଅଧିକାରୀ ପ୍ରତାପ ଚନ୍ଦ୍ର ପ୍ରଧାନ ଗଣମାଧ୍ୟମ କୁ ସୂଚନା ଦେଇଛନ୍ତି । ଏହି ବୈଠକରେ ଦଣ୍ଡ କମିଟିର ସମସ୍ତ ସଦସ୍ୟ ଓ ସ୍ଥାନୀୟ ବୁଦ୍ଧିଜୀବୀ ମାନେ ଯୋଗ ଦେଇଥିଲେ ।
 ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୨/୫/୨୦୨୨----୧୦,୫୦ 
Sakhigopal News 

Blog Archive

Popular Posts