ସପ୍ତମ ବାର୍ଷିକ ବିଶ୍ୱଶାନ୍ତି ମହାଯଜ୍ଞ ଉଦଯାପିତ
The seventh annual World Peace Day is celebrated.
ସାକ୍ଷୀଗୋପାଳ ----- ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ଅଳଗୁମ ଗ୍ରାମ ପଞ୍ଚାୟତର ମା ଜାଗେଶ୍ୱରୀଙ୍କ ପୀଠ ପରିସରରେ ସପ୍ତମ ବାର୍ଷିକ ବିଶ୍ୱଶାନ୍ତି ମହାଯଜ୍ଞର ପୂର୍ଣ୍ଣାହୂତି ହୋଇଯାଇଛି । ଏହା ଚାରି ଦିନ ଧରି ଅନୁଷ୍ଠିତ ହୋଇଥିଲା । ୧୮ ତାରିଖରେ ଅଙ୍କୁରାରୋପଣ, ୧୯ ତାରିଖ ଦିନ କଳସଯାତୟା, ଅଗ୍ନିସ୍ଥାପନ, ୨୦ ତାରିଖ ଦିନ ରୁଦ୍ରାଭିଷେକ, ଚଣ୍ଡୀପାଠ କରାଯାଇଥିଲା ।ଶନିବାର ଅର୍ଥାତ ୨୧ ତାରିଖ ଅପରାହ୍ନରେ ବିଶ୍ୱଶାନ୍ତି ମହାଯଜ୍ଞର ପୂର୍ଣ୍ଣାହୁତି ହୋଇଥିଲା । ପୂର୍ଣ୍ଣାହୂତି ଦେଖିବା ସହ ଚଡୁଅନ୍ନ ପାଇବା ପାଇଁ ଯଜ୍ଞଶାଳରେ ଭିଡ ପରିଲକ୍ଷିତ ହୋଇଥିଲା । କର୍ତ୍ତା ଭାବେ ପୂର୍ଣ୍ଣଚନ୍ଦ୍ର ବରାଳ, କର୍ତ୍ତୀ କୁମାରୀ ବରାଳ ରହିଥିବା ବେଳେ ବ୍ୟାସ ସରୋଜ କୁମାର ମିଶ୍ର ରହିଥିଲେ । ସଂଧ୍ୟାରେ ଶ୍ରଦ୍ଧାଳୁ ମାନେ ପ୍ରସାଦ ସେବନ କରିଥିଲେ । ଅଳଗୁମ ପଞ୍ଚାୟତ ବାସୀ ମାନେ ସହଯୋଗ କରିଥିଲେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୧/୫/୨୦୨୨---୫,୨୦ Sakhigopal News, 21/5/2022