Breaking News

ମାନବିକତା ଦେଖାଇଲେ ବଡମାଲ ଗୋଳାବାରୁଦ କାରଖାନା କର୍ମଚାରୀ


"The rescue squad wasn't called for him," she told the Associated Press


ବଲାଙ୍ଗିର: ସଇଁତଳା:ଜଣେ ମହିଳା ଟିଟିଲାଗଡ଼ରୁ ବଡମାଲକୁ ଯାଉଥିବା ବେଳେ ରାସ୍ତାରେ ତାଙ୍କର ଭ୍ଯାନିଟ ବ୍ୟାଗ ବାଟରେ ପଡିଯାଇଥିଲା। ସେହିବାଟ ଦେଇ ଗୋଲବାରୁଦ୍ କାରଖାନାର କର୍ମଚାରୀ ଟଙ୍କଧର ମାଝୀ  ଆସୁଥିଲେ । ରାସ୍ତା ଉପରେ ବ୍ୟାଗଟି ପଡିଥିବାର ଦେଖିବାକୁ ପାଇଥିଲେ । ବ୍ୟାଗଟି ପାଇବା ପରେ କର୍ମଚାରୀ ଜଣକ ଖୋଜାଖୋଜି କରିଥିଲେ କାହାର ବ୍ୟାଗ ବୋଲି। କିନ୍ତୁ କାହାରିକୁ ନପାଇ କର୍ମଚାରୀ ଜଣକ ବ୍ୟାଗ ଧରି ନିଜ କର୍ମକ୍ଷେତ୍ରକୁ ଯାଇଥିଲେ। ଠିକ ସମୟରେ ଖବର ପାଇ 
ମାନବିକତା ଦେଖାଇ କର୍ମଚାରୀ ଜଣକ ମହିଳାଙ୍କୁ ତାଙ୍କ ସୁନା ଗହଣା ଭରା ବ୍ୟାଗ ଫେରସ୍ତ କରିଛନ୍ତି।  ସୂଚନା ଅନୁସାରେ ମହିଳା ଜଣକ ତାଙ୍କ ସ୍କୁଟିରେ ତାଙ୍କ ଝିଅସହ ସଇଁତଲା ସ୍ଥିତ ଚିତାମାରା ଗାଁରୁ ତାଙ୍କ ସମ୍ପର୍କୀୟ ଘରକୁ  ଯାଉଥିଲେ। ଟିଟିଲାଗଡ଼ ବଡମାଲ ସ୍ଥିତ ମଝି ରାସ୍ତାରେ  ତାଙ୍କ ଭ୍ୟାନିଟି ବ୍ୟାଗ ଖସିପଡିଥିଲା । ସେ ଜାଣିପାରିନଥିଲେ ସେ କିଛି ବାଟ ଗଲାପରେ ବ୍ୟଗ ନ ପାଇବାରୁ ପୁଣି ଫେରିଆସିଥିଲେ ।  ଫପସି ବଡମାଲର ଭିଆଇପି  ଛକ ଠାରେ ଲୋକଙ୍କୁ ପଚରା ଉଚରା କରି କାନ୍ଦୁଥିଲେ। ମହିଳା ଜଣଙ୍କ ସ୍ଥାନୀୟ ଲୋକଙ୍କୁ କହିଥିଲେ ତାଙ୍କ ଭ୍ଯାନିଟ ବ୍ୟଗରେ ଦେଡ ଭରି ସୁନା ଅଳଙ୍କାର ଆଉ ଚାରିସହ ଟଙ୍କା ଥିଲା। ଏହାପରେ ବଡମାଲ କର୍ମଚାରୀ ଟଙ୍କଧର ମାଝୀ ଖବର ପାଇ ପହଞ୍ଚି ମହିଳା ଜଣଙ୍କୁ ତାଙ୍କର ସୁନା ଗହଣା ବ୍ୟାଗ ଦେଇଥିଲେ। ଏ ଖବର ଜାଣିବା ପରେ ଟଙ୍କଧର ମାଝୀଙ୍କ ଏହି ମହାନତା କାର୍ଯ୍ୟ ପାଇଁ ସମସ୍ତ ମହଲରୁ ପ୍ରଶଂସା ସୁଟିଛି। 
ବଲାଙ୍ଗିର ରୁ ରଞ୍ଜନ କୁମାର ବାଗ ଙ୍କ ରିପୋର୍ଟ,୨୧/୫/୨୦୨୨--- ୧,୧୦ Sakhigopal News,21/5/2022

Blog Archive

Popular Posts