Breaking News

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ ବାଣ୍ଟିଲେ ସରପଞ୍ଚ

 Sarpanch distributed Biju Health Welfare Card.


ଓଡ଼ଗାଁ:- ସରପଞ୍ଚ ରୂପେ କାର୍ଯ୍ୟଭାର ପରେ ଆଜି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡର ଉପକାରିତା ବୁଝାଇବା ସହ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ ବାଣ୍ଟିଛନ୍ତି ପାଣ୍ଡେରିପଡା ସରପଞ୍ଚ ଗାୟତ୍ରୀ ରାଉତ। ଆଗରୁ ଏହି କାର୍ଡ ବଣ୍ଟନ କରାଯାଇଥିଲା । କେତେକ କାରଣ ଯୋଗୁଁ ୨୨ ଗୋଟି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ ବଣ୍ଟନ ନ ହୋଇ ପଡ଼ିରହିଥିଲା । ଏବେ ସ୍ଥାନୀୟ ସରପଞ୍ଚ ସେହି କାର୍ଡ ଗୁଡିକ ବଣ୍ଟନ କରାଯାଇଥିବା ସୂଚନା ମିଳିଛି।
                 ଅନେକ ସମୟରେ ବିଭିନ୍ନ ଗଣମାଧ୍ୟମ ଜରିଆରେ ଖବର ପ୍ରକାଶ ପାଉଛି ଯେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ ଥାଇ ମଧ୍ଯ ରୋଗୀ ଓ ତା' ସମ୍ପର୍କୀୟ ଲକ୍ଷଲକ୍ଷ ଟଙ୍କା ଗଣିବାକୁ ପଡୁଛି। ତେବେ ପାଣ୍ଡେରିପଡା ପଞ୍ଚାୟତ ରେ ଏହି କାର୍ଡ କେତେଦୂର ସଫଳ ହେଉଛି ତାହା ଦେଖିବାକୁ ବାକି ରହିଲା। ଅନେକ ବେସରକାରୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଏହି କାର୍ଡ କାମ କରୁନଥିବା ଜଣାପଡିଛି ।

ରିପୋର୍ଟ:- ଦିଲ୍ଲୀପ୍ କୁମାର ବିଶୋଇ, ଓଡ଼ଗାଁ
ତା:- ୧୯/୫/୨୨ ---- ୧୨,୪୫   Sakhigopal News,19/5/2022

Blog Archive

Popular Posts