Breaking News

ମହିଳା ସଂଘଠନ ସହାୟତାରେ ନୂତନ ବିଗ୍ରହ ଏବଂ ମନ୍ଦିର ପ୍ରତିଷ୍ଠା

New idols and temples with the help of women's organizations.

ଜଟଣୀ ---ସ୍ଥାନୀୟ ବାଲିଚ୍ଛକ ମୁଣ୍ଡିଆ ସାହି ରେ" ମା ' ମଙ୍ଗଳା ମନ୍ଦିର ପ୍ରତିଷ୍ଠା ସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଜଟଣୀ ପୌରପରିଷଦ ଅଧିନସ୍ଥ ୭ ନଂ ୱାର୍ଡର ବାଲିଚ୍ଛକ ସାହିର ଏକ ମୁଣ୍ଡିଆ ଉପରେ ପରିତ୍ୟକ୍ତ ଅବସ୍ଥାରେ ରହି ପୂଜା ପାଉଥିଲେ ମା ।1988 ମସିହାରେ ସ୍ଥାନୀୟ ଅଞ୍ଚଳରେ ବସବାସ କରୁଥିବା ଗୁଣ୍ଡିଚା ବେହେରା ସ୍ୱପ୍ନାଦେଶ ପାଇ ସେହି ଅଞ୍ଚଳର ନୌସର ଅଲ୍ଲୀ, ଅର୍ଜୁନ ସାହୁ ଏବଂ ବୁଦ୍ଧିଆ ସ୍ୱାଇଁଙ୍କ ସହାୟତାରେ ପରିତ୍ୟକ୍ତ ଅବସ୍ଥାରେ ରହିଥିବା "ମା 'ଙ୍କୁ ଉଦ୍ଧାର କରି ନିଜସ୍ୱ ଜମିରେ ଏକ ଚାଳ ଛପର ଘର ଅବସ୍ଥାପିତ କରି ପୂଜା ଅର୍ଚନା କଲେ । ଧୀରେ ଧୀରେ ସ୍ଥାନୀୟ ଅଞ୍ଚଳର ଛୋଟ ଛୋଟ ପିଲାଙ୍କ ଦେହ ଖରାପ ହେଲେ ଭକ୍ତିର ସହ "ମା 'ଙ୍କୁ ଆରାଧନା କଲେ ମା ମନସ୍କାମନା ପୂର୍ଣ୍ଣ କରିଥାନ୍ତି ବୋଲି ଏବେ ବି ଗ୍ରାମବାସୀ ଙ୍କ ମନରେ ବିଶ୍ବାସ ରହିଛି ।  1999 ମସିହା ମହାବାତ୍ୟାରେ ମା ଙ୍କ ଘର ଭାଙ୍ଗିଯିବାରୁ ଏକ ଅସ୍ଥାୟୀ ଘର ତିଆରି କରି ସ୍ଥାୟୀ ବାସିନ୍ଦା "ମା 'ଙ୍କର ପୂଜା ପାଠ କରିଆସୁଥିଲେ ।"ମା 'ଙ୍କର ଏକ ସ୍ଥାୟୀ ମନ୍ଦିର ତିଆରି ପାଇଁ ଆଣ୍ଟା ଭିଡ଼ିଲେ ସ୍ଥାନୀୟ ଅଞ୍ଚଳର ମହିଳା ସଂଘଠନ ।
ସେମାନେ ମିଳିମିଶି 'ମା 'ମଙ୍ଗଳା ପରିଚାଳନା କମିଟି ଗଢି ଅଞ୍ଚଳର ପ୍ରତ୍ୟକ ଘର ବୁଲି ନିଜସ୍ୱ ଚେଷ୍ଟାରେ ଅର୍ଥ ସଂଚୟ କରି ସେହି ଅର୍ଥରେ ଏକ ସୁନ୍ଦର କାରୁକାର୍ଯ୍ୟ ପୂର୍ଣ୍ଣ ମନ୍ଦିର ତିଆରି କରି ବୈଶାଖ ମାସ  ସପ୍ତମୀ ତିଥିରେ ଯଜ୍ଞ ଆରମ୍ଭ କରି ଆଜି ଦଶମୀ ତିଥିରେ ପୂର୍ଣ୍ଣାହୁତି ଅନୁଷ୍ଠିତ ହୋଇ ନୂତନ ମନ୍ଦିର ସିଂହାସନରେ "ମା 'ଙ୍କ ନୂତନ ବିଗ୍ରହ ପ୍ରତିଷ୍ଠା କରାଯାଇଥିଲା । ଶେଷରେ ହଜାର ହଜାର ସଂଖ୍ୟାର ଭକ୍ତମାନଙ୍କ ପାଇଁ ପ୍ରସାଦ ସେବନର ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମ କୁ"ମା 'ମଙ୍ଗଳା ପରିଚାଳନା କମିଟିର ସଭାପତି ଶ୍ରୀମତୀ ନାହାକ, ସମ୍ପାଦକ ଲକ୍ଷ୍ମୀ ସାହୁ, କୋଷାଧ୍ୟକ୍ଷ ମିନାକ୍ଷୀ ବେହେରା ସହ କମିଟିର ସମସ୍ତ ସଦସ୍ୟଙ୍କ ମିଳିତ ଉଦ୍ୟମରେ କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ସମ୍ପାଦନ  କରାଯାଇଥଲା ।

ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୨୬/୫/୨୦୨୨---୬,୨୦ Sakhigopal News,26/5/2022

Blog Archive

Popular Posts