Breaking News

ଭକ୍ତ ଦାନକଲେ ସାକ୍ଷୀଗୋପିନାଥ ଦେବଙ୍କୁ ୩୭ ଗ୍ରାମ ସୁନା ଅଳଙ୍କାର

The devotees donated 36 grams of gold ornaments to Sakshigopinath Dev.


 ସାକ୍ଷୀଗୋପାଳ---- ସାକ୍ଷୀଗୋପିନାଥ ଦେବଙ୍କୁ ଜଣେ ଭକ୍ତ ୩୭ ଗ୍ରାମ୪୨୦ ମିଲିଗ୍ରାମର ସୁନାର ତାବିଜ ଦାନ କରିଥିବା ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ବସନ୍ତ କୁମାର ପ୍ରଧାନଙ୍କ ଠାରୁ ସୁଚନା ମିଳିଛି । ଭକ୍ତ ଜଣଙ୍କ ଝାନସିର ଗିତା ଅଗ୍ରୱାଲ ବୋଲି ଜଣାପଡିଛି । ସେ ଜଣେ ମହିଳା ସ୍ୱାସ୍ଥ୍ୟ କର୍ମୀ  । ତାଙ୍କର ପରିବାର ସହ ସହ ବୁଲି ଆସିଥିବା ବେଳେ ଏହି ସୁନା ଅଳଙ୍କାର ମନ୍ଦିର ସୁପରଭାଇଜର ବିଶ୍ୱନାଥ ମହାପାତ୍ରଙ୍କ ଉପସ୍ଥିତିରେ ସୁନା ଅଳଙ୍କାର ଦେବା ସହ ସୁନା ଜିନିଷର ରସିଦ ମଧ୍ୟ ସେ ମନ୍ଦିର କାର୍ଯ୍ୟାଳୟରେ ଦାଖଲ କରିଥିବା ଜଣାପଡିଛି । ଉକ୍ତ ସୁନା ଅଳଙ୍କାର ଟି ଭଣ୍ଡାର ମେକାପ ଦୁର୍ଗା ପ୍ରସାଦ ମେକାପଙ୍କୁ ହସ୍ତାନ୍ତର କରାଯାଇଛି । ବିଭୂତି ଭୂଷଣ ବରାଳ ଓ ରଣଜିତି ପତି ଉପସ୍ଥିତ ରହିଥିଲେ ।

 ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି,୨୯/୫/୨୦୨୨----୫,୦୫  

  Sakhigopal News, 29/5/2022

Blog Archive

Popular Posts