Breaking News

ଭିଆରପି ପରୀକ୍ଷା ଦେବାରୁ ମହିଳା ବଞ୍ଚିତ

Women are not allowed to take the VRP test

ସାକ୍ଷୀଗୋପାଳ-----ଜଣେ ପରୀକ୍ଷାର୍ଥୀ ପାଖକୁ କୌଣସି ମେସେଜ  ବା ଚିଠି ନ କରିବା ଯୋଗୁ ବା ଜନପ୍ରତିନିଧି ମାନଙ୍କୁ ଏ ସମ୍ପକରେ ଅବଗତ ନ କରିବାରୁ ସେ ମୌଖିକ ପରୀକ୍ଷା ଦେବାରୁ ବଞ୍ଚିତ ହୋଇଛନ୍ତି ବୋଲି ଅଭିଯୋଗ ଆଣିଛନ୍ତି । ସୁଚନା ଯୋଗ୍ୟ ରେ ସତ୍ୟବାଦୀ ବ୍ଳକର ୧୦ ଗୋଟି ଗ୍ରାମ ପଞ୍ଚାୟତରେ ଭିଆରପି ପାଇଁ ମୌଖିକ ପରୀକ୍ଷା  ଆଜି ଥିଲା ।ଏଥିପାଇଁ ୪୬ ଜଣ ଆବେଦନ କରିଥିଲେ ।ସେମାନଙ୍କ ମଧ୍ୟରୁ ୩୬ ଜଣ ପରୀକ୍ଷା ଦେଇଥିବା ଜଣାପଡିଛି ।  କାଦୁଆ ଗ୍ରାମ ପଞ୍ଚାୟତର ସୁମିତ୍ରା ମହାପାତ୍ର ଏହି ପଦବୀ ପାଇଁ ଆବେଦନ କରିଥିଲେ । ମାତ୍ର ଆଜି ପରୀକ୍ଷା ହେଉଛି ବୋଲି ତାଙ୍କ ପାଖକୁ କୌଣସି ମେସଜ ଆସିନଥିଲା । ଯାହା ଫଳରେକି ସେ ପରୀକ୍ଷା ଦେବାରୁ ବଞ୍ଚିତ ହୋଇଥିବା ଜଣାପଡିଛି । ଏ ସମ୍ପର୍କରେ ସତ୍ୟବାଦୀ ବିଡିଓକ୍ଷୀରୋଦ କୁମାର ବେହେରାଙ୍କୁ ପଚାରିବାରୁ ସେ କହନ୍ତି ତାଙ୍କରି ଗ୍ରାମରୁ ଅନ୍ୟ ପିଲା ମାନେ ଆସିଲେ ସେ ସଠିକ ସମୟରେ ପରୀକ୍ଷା ଦେବା ପାଇଁ ଆସିନଥିଲେ । ପରୀକ୍ଷା ସରିବା ପରେ ସେ ଆସିଥିବାରୁ ତାଙ୍କୁ ମୌଖିକ ପରୀକ୍ଷା ଦେବାକୁ ଅନୁମତି ଦିଆଯାଇନାହିଁ । ନିୟମ ଅନୁସାରେ ପରୀକ୍ଷା କରାଯାଇଛି ।   

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୬/୫/୨୦୨୨---୫,୩୫   Sakhigopal News, 26/5/2022

Blog Archive

Popular Posts