ବଙ୍ଗୀୟ ବସ୍ ଦୁର୍ଘଟଣା ପରେ , ଘଟଣାର କାରଣ ଅନୁଧ୍ୟାନ କଲେ ସଡ଼କ ସୁରକ୍ଷା ବିଶେଷଜ୍ଞ ଟିମ୍
A team of road safety experts has been investigating the cause of the crash
ଭଞ୍ଜନଗର---- ମଙ୍ଗଳବାର ରାତିରେ ଘଟିଥିଲା ବସ ଦୁର୍ଘଟଣା । କଳିଙ୍ଗା ଘାଟି ପାରହେବା ପରେ ଦୁର୍ଗାପ୍ରସାଦ ନିକଟରେ ଓଲଟି ପଡ଼ିଲା ପଶ୍ଚିମବଙ୍ଗରୁ ଆସିଥିବା ଟୁରିଷ୍ଟ ବସ୍ । ୫୦ ରୁ ଉର୍ଦ୍ଧ୍ବ ଆହତ ହେଲେ । ୬ ଜଣଙ୍କ ଜୀବନ ଗଲା । ସ୍ଥାନୀୟ ପ୍ରଶାସନ ସହଯୋଗରେ ମୃତଦେହ କୁ ନେଇ ଦୁଇଟି ଆମ୍ବୁଲାନ୍ସ ଓ ଗୋଟିଏ ବସ୍ ଯୋଗେ ପଶ୍ଚିମବଙ୍ଗ ସୁଲତାନପୁରକୁ ପଠାଗଲା । ଏହା ଭିତରେ ଦୁର୍ଘଟଣା ଜନିତ ଘଟଣା ର ଅନୁସନ୍ଧାନ ଆରମ୍ଭ ହୋଇଛି । ରାଜ୍ୟ ପରିବହନ ବିଭାଗ ର ନିର୍ଦ୍ଦେଶ ପ୍ରକାରେ , ୩ ଜଣିଆ ସଡ଼କ ସୁରକ୍ଷା ବିଶେଷଜ୍ଞ ଭଂଜନଗର ଓ ଦୁର୍ଗାପ୍ରସାଦ ସମେତ କଳିଙ୍ଗା ଘାଟିର ସ୍ଥିତି ଅନୁଧ୍ୟାନ କରିଛନ୍ତି । ଏହି ଟିମ୍ ରେ ସଡକ ସୁରକ୍ଷା ବିଶେଷଜ୍ଞ ଉମେଶ ଅଙ୍ଗଓ୍ବାନେ , ସରୋଜ ନାୟକ , ଏବଂ ଦୀପକ ପଣ୍ଡା ରହିଛନ୍ତି । ଗୁରୁବାର ମଧ୍ୟାହ୍ନରେ କଳିଙ୍ଗା ଘାଟି ଗସ୍ତକରି , ରାସ୍ତାର ବୈଷୟିକ ନିର୍ମାଣ ସ୍ଥିତି ଅନୁଧ୍ୟାନ କରିଛନ୍ତି । ସଂଧ୍ୟାରେ ବ୍ରହ୍ମପୁର ଅଭିମୁଖେ ଗସ୍ତ କରି ବ୍ରହ୍ମପୁରରେ ଚିକିତ୍ସାଧୀନ ରହିଥିବା ଆଉ କିଛି ଆହତ ଏବଂ ବସ୍ ର ଡ୍ରାଇଭରଙ୍କ ଠାରୁ ସୂଚନା ସଂଗ୍ରହ କରିବାର ଅଛି । ଖବର ଲେଖାଯିବା ର ଶେଷ ସୁଧା ସୂଚନା ମିଳିଛି । ଏହାସହ ଭଂଜନଗର ଆଞ୍ଚଳିକ ପରିବହନ ବିଭାଗର ସହକାରୀ ପରିବହନ ଅଧିକାରୀ ଭାଗିରଥି ନାୟକ ମଧ୍ୟ , ଘଟଣା ସଂକ୍ରାନ୍ତରେ ସ୍ଥିତି ଅନୁଧ୍ୟାନ କରିଛନ୍ତି । ବେସରକାରୀ ଭାବେ ହସ୍ତଗତ ହୋଇଥିବା ସୂଚନା ଆଧାରରେ ଜଣାପଡିଛି ଯେ , ଘଟଣା ଦିନ ରାତିରେ ଗାଡିର ଦ୍ରୃତ ଚାଳନା ମୁଖ୍ୟ କାରଣ ହୋଇଥାଇପାରେ । ଅନ୍ୟପକ୍ଷରେ କଳିଙ୍ଗା ଘାଟି ବର୍ତ୍ତମାନ ସମୟରେ ଉପଯୁକ୍ତ ଭାବେ ରାସ୍ତାର ପ୍ରଶସ୍ତ ହୋଇଛି । କିନ୍ତୁ ରାସ୍ତା ରେ ରହିଥିବା ସୂଚନା ଫଳକ , ଆଲୁଅ ବ୍ୟବସ୍ଥା ଏବଂ ସତର୍କତା ମୂଳକ ସୂଚନା ରହିନାହିଁ । ଏହା ସହ ବାହାର ରାଜ୍ୟର ଗାଡିଚାଳକ ଘାଟି ଓ ବୁଲାଣି ରାସ୍ତା ରେ ଗାଡିଚଳାଇବା ଅଭ୍ୟସ୍ତ ନଥିଲେ । ଅନ୍ୟପକ୍ଷରେ ଗାଡ଼ିର ଯାତ୍ରୀ ପରିବହନ କ୍ଷମତା ଠାରୁ ଅଧିକ ଯାତ୍ରୀ ରହିଥିଲେ । ଯାହାକି ପ୍ରୟୋଗାତ୍ମକ ୭୦ ରୁ ଅଧିକ ରହିଥିଲେ । ଘାଟିର କେତେକ ସ୍ଥାନରେ ବେଷୟିକ ତୃଟି ରହିଥିବା ଲକ୍ଷ କରାଯାଇଛି । ଯଦିଓ ଏହାର ସଂକ୍ରାନ୍ତରେ କୈାଣସି ସ୍ପଷ୍ଟ ତଥ୍ୟ ଗଣମାଧ୍ୟମ କୁ ଦିଆଯାଇନାହିଁ । ତଥାପି ପରବର୍ତ୍ତୀ ସମୟରେ ଏହା ସ୍ପଷ୍ଟ ହେବ ବୋଲି କୁହାଯାଇଛି । ଏସବୁକୁ ଅନୁଧ୍ୟାନ କରାଯାଇ ଏହାର ରିପୋର୍ଟ ପରିବହନ ବିଭାଗ କୁ ପଠାଯିବ ବୋଲି ବୈଷୟିକ ଟିମ୍ ପକ୍ଷରୁ ସୂଚନା ମିଳିଛି । ଅନ୍ୟପକ୍ଷରେ ଗତ ୨୦୨୦ ମଇ ମାସରେ ମଧ୍ୟ କ୍ରୋଧାନ୍ୱିତ ଲକଡାଉନ୍ ସମୟରେ କଳିଙ୍ଗା ଘାଟିରେ ସମାନ ଦୁର୍ଘଟଣା ଘଟିଥିଲା । ସୁରଥ ରୁ ପ୍ରବାସୀ ଓଡ଼ିଆ ଙ୍କୁ ନେଇ ଗଂଜାମ ଆସୁଥିବା ଯାତ୍ରୀବାହୀ ବସ୍ ଘାଟି ଉପରେ ଦୁର୍ଘଟଣା ଗ୍ରସ୍ତ ହେଲା । ବୁଗୁଡ଼ା ର ଦୁଇଜଣ ପ୍ରବାସୀ ଓଡ଼ିଆ ମୃତ୍ୟୁ ହୋଇଥିଲା । ସେତେବେଳେ ସୁରଥ ରୁ ଗଂଜାମ କୁ ପ୍ରବାସୀ ଓଡ଼ିଆ ଙ୍କୁ ନେଇ ଆସୁଥିବା ଗାଡି ସବୁକୁ କଳିଙ୍ଗା ଘାଟି ଦେଇ ଆସିବାକୁ ବାରଣ କରାଯାଇଥିଲା । ଫୁଲବାଣୀ ରୁ ଦଶପଲ୍ଲା ଦେଇ ଗଂଜାମ ଆସିବାକୁ ନିର୍ଦେଶ ଦିଆଯାଇଥିଲା । ଏବଂ ଦୁର୍ଘଟଣା ର ତଦନ୍ତ ଆରମ୍ଭ ହୋଇଥିଲା । ଏବେବି ଏହି ଦୁର୍ଘଟଣା ପରେ ବାହାର ରାଜ୍ୟରୁ ଆସୁଥିବା ପର୍ଯ୍ୟଟକ ଗାଡିକୁ କଳିଙ୍ଗା ଘଟିରାସ୍ତା ବାରଣ ହୋଇଥିବା ବେଳେ , ଦଶପଲ୍ଲା ଦେଇ ଯିବାକୁ କୁହାଯାଇଥିବା ଜଣାପଡିଛି । ତେବେ ପ୍ରଶ୍ନ ଉଠିଛି , କେବଳ ତଦନ୍ତ ଓ ରିପୋର୍ଟ କୁ ବାଦ୍ ଦେଲେ , କଳିଙ୍ଗା ଘାଟି ଦୁର୍ଘଟଣା ଯଥା ପୂର୍ବ, ତଥା ପରଂ ନୀତିରେ ରହିଯାଉଛି । ଅତୀତରେ ଦୁର୍ଘଟଣା ଘଟୁଥିବା , ଏବେବି ଗୋଟିଏ ପରେ ଗୋଟିଏ ଦୁର୍ଘଟଣା ଘଟୁଛି । ଯାଉଛି ଅନେକ ନୀରିହ ଜୀବନ । ଏବେ ଅପେକ୍ଷା କେବେ ସୁଧୁରିବ ଘାଟି ଦୁର୍ଘଟଣା ଜନିତ ସମସ୍ୟା । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୬/୫/୨୦୨୨----୯,୨୫ Sakhigopal News,26/5/2022