ଜୈବ-ବିଭିଦତ୍ତା ଘୁମୁସରୀ ଗୋ ପ୍ରଜାତୀର ସଂରକ୍ଷଣ ଓ ବିକାଶ ଜନିତ କର୍ମଶାଳ
Biodiversity Ghumusari Go Wildlife Conservation and Development Workshop.
ଭଞ୍ଜନଗର--ଘୁମୁସର ଅଞ୍ଚଳ ଅଭିଭକ୍ତ ଗଞ୍ଜାମ ଜିଲ୍ଲା ବର୍ତମାନ ଭଞ୍ଜନଗର ଉପଖଣ୍ଡ ଓ କନ୍ଧମାଳ ଜିଲ୍ଲାରେ ବସତିସ୍ଥାପନ କରିଆସୁଛନ୍ତି । ଦେଶୀ ଗାଈ ଆମ ମାନବ ସମାଜର ଅର୍ଥନୈତିକ, ସାଂସ୍କୃତିକ, ସାମାଜିକ ଓ ଧାର୍ମିକ ଦିଗରେ ବିଶେଷ ଭାଗୀଦାରୀ ହୋଇ ଆସୁଅଛି ।ଏହି ଦେଶୀ ଗାଈ ଯେ କୌଣଷି ଜଳବାୟୁରେ ଖାପ ଖୁଆଈ ପାରନ୍ତି । ଅଧିକ ପରିଶ୍ରମୀ, ଜୈବିକକ୍ଷୀର ଏଟୂ ମିଲ୍କ ଦେଉଥିବା ଓ ଗୋବର, ଗୋମୁତ୍ରରେ ମାତ୍ରାଧିକ ଔଷଧୀୟଗୁଣ ରହିଛି । ଆୟୁର୍ବେଦ ଶିଳ୍ପରେ ଗୁରୁତ୍ଵ ଦେଉଥିବା ଦ୍ରୁଷ୍ଟିରୁ ଏହି ଦେଶୀ ଗାଈ ଗୋବଂଶକୁ ଭାରତ ସରକାରଙ୍କ (ଆଇ,ସି,ଏ,ଆର) ଅଧିନସ୍ଥ ଜାତୀୟ ପ୍ରାଣୀ ଅନୁବଂଶୀୟ ଗବେଷଣା ସମ୍ବଳ କେନ୍ଦ୍ର କର୍ଣାଳ, ହରିୟାନା ଦ୍ଵାରା ୨୦୧୦ ମସିହାରେ ଇଣ୍ଡିଆ କ୍ଯାଟେଲ ଦୁର୍ଲଭ ଓ ବିରଳ ଗୋପ୍ରଜାତି ଘୁମୁସରୀ ନାମ ରୂପେ ମାନ୍ୟତା ପାଇଅଛି । ସେହି ସମୟରେ ଦଶହଜାର ଗୋ ସଂଖ୍ୟା ଥିଲା । ଆଜି ତାହା ପାଞ୍ଚ ହଜାରରୁ କମ ରେ ପହଞ୍ଚିଛି। ରାଷ୍ଟ୍ରୀୟ ଗୋକୁଳ ମିଶନ ତରଫରୁ ଏହାର ସଂରକ୍ଷଣ ଓ ବିକାଶ ନିମିତ ଅର୍ଥ ବରାଦ କରାଯିବ ସତ୍ବେବି ବିଭିନ୍ନ ପରିପାର୍ଶିକ ଓ ମନୁଷ୍ୟକୃତ ବିକାଶ ବନାମ ବିନାଶ କାମ, ଚରାବୁଲାପାଇଁ ଗୋଚର ଜମି ସଙ୍କୁଚିତ, କୃଷି ଯନ୍ତ୍ରପାତି ଓ ଯାନ୍ତ୍ରିକରଣ ଯୋଗୁ ବଳଦର ଚାହିଦା ନଥିବା , ପାରମ୍ପରିକ କୃଷି କାର୍ଯ୍ୟକୁ ପ୍ରୋସ୍ଛାହନ ନକରିବା, ଗୋଦାନାର ଅଭାବ ଓ ମୂଲ୍ୟ ଅଧିକ, ନଡା, ପାଳ, ଘାସ,, ଗୋଚରାଳି ଓ ମାନବ ସମ୍ବଳର ଅଭାବ ଦେଖାଦେଇଛି । ଘୁମୁସରୀ ଗୋ ପ୍ରଜାତୀର ଦାମ୍ବୁଡା ନମିଳିବା, ଗୋଚାଲାଣ, ଘୁମୁସରୀ ଗୋ ପ୍ରଜାତୀକୁ ବାଛବିଚାର ନ ଭାବି ଅଧିକ କ୍ଷୀର ଦେବା ବାହାନାରେ କୁତ୍ରିମ ପ୍ରଜନନ ଓ କ୍ରସ ବ୍ରୀଡ କରି ମୂଳ ବିର୍ଜ ନଷ୍ଟ କରିବା ଯୋଗୁ ଓ ଗୋପାଳ ସମାଜର ସଚେତନତା ଅଭାବ ହେତୁ, ଖୋଲା ଜମି, ଜଙ୍ଗଲରେ ଚରିବା ବାରଣ, ଏହି ଘୁମୁସରୀ ଗୋବଂଶ ଦୈନିକ କ୍ରମଶ ଲୋପପାଇଲାଣି। ଯାହା ମାନବ ସମାଜ ପାଇଁ ବଡ ବିପଦ ସହ ଜୈବ-ବିଭିଦତ୍ତାର ଅବକ୍ଷୟ ଓ ଜଳବାୟୁ ପରିବର୍ତନର ମୁଖ୍ୟକାରଣ ବୋଲି ଆୟୋଜିତ କର୍ମଶାଳରେ ଯୋଗ ଦେଇଥିବା ଅତିଥି ମାନେ ମତପ୍ରକାଶ କରିଥିଲେ । ହଜାରରୁ ଅଧିକ ଗୋପାଳକ, ଚାଷୀ ଓ ପଶୁପାଳନ ମାନଙ୍କୁ ନେଇ ଗଠିତ ଆୟୋଜନକାରୀ ଘୁମୁସରୀ ଗୋ ପ୍ରଜନନ ସମିତି ପକ୍ଷରୁ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୬/୫/୨୦୨୨----୬,୪୦ Sakhigopal News,26/5/2022