Breaking News

ଓଡ଼ଗାଁ ରେ ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର


BJP national spokesperson in Odgaon

ଓଡ଼ଗାଁ:- ଓଡ଼ଗାଁ ବିଜେ ଶ୍ରୀରଘୁନାଥଙ୍କୁ ଦର୍ଶନ କରିବା ସହ କର୍ମୀ ମାନଙ୍କୁ ଭେଟି ସମ୍ୟକ ଆଲୋଚନା କରିଛନ୍ତି ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ତଥା ପୁରୀ ଲୋକସଭା ଆସନ ର ବିଜେପି ପ୍ରାର୍ଥୀ ସମ୍ବିତ ପାତ୍ର। ଏହାସହ ୧ ଓ ୨ ନଂ ଜୋନର କୁରାଳ ,ନାଉରିଆ , ଆମ୍ବରାପୁର, କୋମଣ୍ଡ ଆଦି ଗାଁ କୁ ଯାଇ କର୍ମୀ ସମ୍ମୀଳନୀ କରି କର୍ମୀମାନଙ୍କ ସହ ଆଲୋଚନା କରିଛନ୍ତି। 
                        ପ୍ରଥମେ ଶ୍ରୀ ପାତ୍ର ଓଡ଼ଗାଁ ଶ୍ରୀ ରଘୁନାଥ ଙ୍କୁ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରି ରଘୁନାଥଙ୍କ ଶରଣାପନ୍ନ ହୋଇଥିଲେ । ମନ୍ଦିର ପୂଜକ ପରିଷଦ ତରଫରୁ ଶ୍ରୀ ପାତ୍ର ଙ୍କୁ ଓଡ଼ଗାଁ-ନୟାଗଡ-ଗୋପାଳପୁର ରେଳ ସଂଯୋଗ ଓ ରଘୁନାଥ ମନ୍ଦିର ଚତୁର୍ପାର୍ଶ୍ୱ ସୌନ୍ଦର୍ଯ୍ୟକରଣ ହେବା ସମ୍ପର୍କରେ ଏକ ଦାବି ପତ୍ର ଦେଇଥିଲେ। ଦାବିପତ୍ର କୁ ପଢିବା ପରେ ଖୁବ ଶୀଘ୍ର କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଭେଟି ଏହାର ସମାଧାନ ପାଇଁ ତଥ୍ଯ ଉପସ୍ଥାପନ କରିବେ ବୋଲି ଗଣମାଧ୍ୟମ ଆଗରେ ଶ୍ରୀ ପାତ୍ର ନିଜର ମତ ରଖିଥିଲେ। 
              ଆଜିର ଏ ଗସ୍ତ  ସମୟରେ ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର ଙ୍କ ସହ ନୟାଗଡ଼ ବିଜେପି ବିଧାୟିକା ପ୍ରାର୍ଥୀନୀ ଶ୍ରୀମତି ଇରାନୀ ରାୟ, ବିଜେପି ନେତା ନସିର ମହମ୍ମଦ, ମଣ୍ଡଳ ସଭାପତି ଦୁର୍ଗା ପଣ୍ଡା, ବିଜେପି ଜିଲ୍ଲା ପରିଷଦ ପ୍ରାର୍ଥୀନୀ ଧରିତ୍ରୀ ସେଠୀ, ବିଜେପି ନେତା ମାନସ ରମଣ ସାହୁ ଆଦି କର୍ମୀ ଉପସ୍ଥିତ ଥିଲେ। 

ରିପୋର୍ଟ:- ଦିଲ୍ଲୀପ୍ କୁମାର ବିଶୋଇ, ଓଡ଼ଗାଁ
ତା:- ୨୩/୫/୨୨ ---୧,୨୦  
Sakhigopal News,23/5/2022

Blog Archive

Popular Posts