Breaking News

ଆଲୋଚନା ର ଖିଲାପି ହୁଏ ତେବେ ରାସ୍ତାରେ ଧାନ ବସ୍ତା ପଡ଼ିବ:-କୃଷକ ସଂଗଠନ

 
ବରଗଡ:-ଭେଡେନ ବ୍ଲକ ସହରାଟିକ୍ରା , ଧାନ ମଣ୍ଡିରେ ୧୬ ତାରିଖରୁ ୭୦୦୦ ବସ୍ତା ଧାନ ପଡ଼ି ରହିଥିଲା । ଧାନ କାଟେଣିକୁ ନେଇ ମିଲର ଧାନ ଉଠାଉ ନଥିଲା । ନିୟମ ଠାରୁ ବଡ଼ ମିଲର । ମିଲର ମାନେ ଏଠାରେ ଯାହା ନିଷ୍ପତ୍ତି ନେବେ ତାହାକୁ ସରକାରୀ ଅଧିକାରୀ ମାନେ ମାନିଥାନ୍ତି ।ଏ ବିଷୟରେ ଗତ ୨୦ ତାରିଖରେ କୃଷକ ସଙ୍ଗଠନ ର ସଦସ୍ୟ ମାନେ ଜିଲ୍ଲାପାଳ,ସି ଏସ,ଓ,ଏ ଆର ସି ଏସ ଭେଟି ୭୦୦୦ ବସ୍ତା ଧାନ ମଣ୍ଡି ରେ ପଡିଛି କାହିଁକି ଉଠୁନାହିଁ ପ୍ରଶ୍ନ କରିଥିଲେ । ଏବଂ ଯଦି ଦୁଇ ଦିନ ମଧ୍ୟରେ ଧାନ ନ ଉଠିଲେ ରାସ୍ତା ରେ ଧାନ ପଡିବ ଚେତାବନୀ ଦେଇଥିଲେ।୨୧ ତାରିଖରେ ଉପଜିଲ୍ଲାପାଳ ମଣ୍ଡିକୁ ଆସି ତୁରନ୍ତ ଧାନ କିଣିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ପରଦିନ ସି ଏସ ଓ ଆସି ଧାନ କିଣିବା ପାଇଁ ପ୍ରକ୍ରିୟା ଆରମ୍ଭ କରିଥିଲେ। ରାଇସ ମିଲର ଗାଡି ଆସିଲା ନାହିଁ । ପରବର୍ତ୍ତୀ ସମୟରେ ରାଇସମିଲ ଅଥରାଇଜ ଏଜେଣ୍ଟ ଦୁଇ କିଲୋ ଧାନ କାଟ ନ ଦେଲେ ଧାନ ଉଠିବ ନାହିଁ କି ଗାଡି ଆସିବ ନାହିଁ କହିଥିଲା । ଚାଷୀ ମାନଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ଦେଖିବାକୁ ମିଳିଥିଲା। ଚାଷୀମାନଙ୍କର ଅସନ୍ତୋଷ କୁ ଦେଖି ମଣ୍ଡି ଧାନ ଗୁଣାତ୍ମକ ମାନ ନିର୍ଣ୍ଣୟ  କରିବା ପାଇଁ ସି ଆସ୍ ଓ ଅନାଲିସିସ କରିବା ପାଇଁ  ଯୋଗ୍ୟ କର୍ମଚାରୀ କୁ ଡାକିଥିଲେ । ସେ ଜଣଙ୍କର ଧାନ ଚାରି ଘଣ୍ଟା ଯାଞ୍ଚ କଲା ପରେ ଏଫଏକ୍ୟୁ ଧାନ ବାହାରିବାରୁ ଚାଷୀମାନେ କଟନୀ ଛଟଣି ନ ଦେବା ପାଇଁ ଅଡି ବସିଥିଲେ। ପରଦିନ ପୁଣି ଚାଷୀ ପ୍ରତିନିଧି ଅଫିସର ଏବଂ ମିଲର ଏଜେଣ୍ଟ ମାନଙ୍କର ବୈଠକ ବସି ସର୍ବସମତ ନିଶ୍ଚିତି  ଅନୁସାରେ ଏଫଏକ୍ୟୁ ଧାନ ରେ କୌଣସି କଟନୀ ଛଟଣି ହେବ ନାହିଁ ପ୍ରତିଶ୍ରୁତି ପରେ ଧାନ ଉଠିଛି।ସ୍ଥାନୀୟ କୃଷକ ସଙ୍ଗଠନ ଯଦି ଆଲୋଚନା ର ଖିଲାପି ହେଲେ ରାସ୍ତାରେ ଧାନ ପଡିବ ବୋଲି ଚେତାବନୀ ଦେଇଛନ୍ତି। ସବୁଠାରୁ ଦୁଃଖର କଥା ଜଣେ ମିଲର କାହା ନିର୍ଦ୍ଦେଶରେ ସରକାରଙ୍କ ନିୟମକୁ ନ ମାନି ଧାନ କାଟେଣି ପାଇଁ ଜିଦ୍ କରୁଛି ତାହା ଏବେ ଅଞ୍ଚଳରେ ମୁଖ୍ୟ ଆଲୋଚନା ର ବିଷୟ ବସ୍ତୁ ହୋଇପଡିଛି। ଏଦିଗରେ ଜିଲାପାଳ ଓ ବିଭାଗୀୟ ମନ୍ତ୍ରୀ ନଜର ଦେବାକୁ ବିଭିନ୍ନ ଚାଷୀ ସଂଗଠନ ପକ୍ଷରୁ ଦାବି କରାଯାଇଛି । ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୨୫/୫/୨୦୨୨---- ୩,୪୦    Sakhigopal News,25/5/2022

Blog Archive

Popular Posts