Breaking News

ଡୁକେରଚରଚରା ଗାଁରେ ବାଘ ଛାଲ ଡିଲ୍ ବେଳେ ଧରିଲା ଏସଟିଏଫ, ଜଣେ ଗିରଫ

STF arrested in tiger skin deal in Dukerchara village

 ବଲାଙ୍ଗିର:ସଇଁତଲା:ସଇଁନ୍ତଲା ବନ ବିଭାଗ ଅଧିନସ୍ଥ ଟିକ୍ରାପଡ଼ା ରେଞ୍ଜରସ୍ଥିତ ଡୁକେରଚରଚରା ଗାଁରେ ବାଘ ଛାଲ ଡିଲ ବେଳେ ବେପାରୀ ଏସଟିଏଫ ହାତରେ ଧରାପଡ଼ିଛନ୍ତି । ଗିରଫ ଅଭିଯୁକ୍ତ ଜଣକ ହେଲେ ଟିକ୍ରାପଡ଼ା ଡୁକେରଚରଚରା ଗାଁର ଆଦିକନ୍ଦ ଘିଭେଲା । ମିଳିଥିବା ରିପୋର୍ଟ ମୁତାବକ, ଆଦିକନ୍ଦ ବାଘ ଛାଲ ବେପାର କରୁଥିଲେ । ଏହି ସମୟରେ ଏସଟିଏଫ୍ ଟିମ୍ ଗ୍ରାହକ ବେଶରେ ଆସି ବାଘ ଛାଲ ଜବତ କରିବା ସହ ଅଭିଯୁକ୍ତକୁ ଗିରଫ କରିଥିଲା । ଏନେଇ ବର୍ତ୍ତମାନ ସୁଦ୍ଧା ତଦନ୍ତ ଜାରି ରହିଛି ।ସେହିପରି ଗତକାଲି ମଧ୍ୟ ବଲାଙ୍ଗିର ସହର ମାଲପଡ଼ାରୁ ୬ଟି ହାତୀଦାନ୍ତ ଜବତ କରିବା ସହ ଏସଟିଏଫ୍ ଟିମ୍ ଜଣଙ୍କୁ ଗିରଫ କରିଥିଲା । ଫଳରେ ବଲାଙ୍ଗିର ଜିଲ୍ଲାରେ ବାରମ୍ବାର ଏସଟିଏଫ ହାତରେ ଧରାପଡ଼ିବା ପରେ ବଲାଙ୍ଗିର ବନ ବିଭାଗର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏପରିକି ଜଙ୍ଗଲ ଓ ବନ୍ୟଜନ୍ତୁଙ୍କୁ ସୁରକ୍ଷା ଦେବାରେ ବଲାଙ୍ଗିର ବନ ବିଭାଗ ଫେଲ ମାରିଥିବା ନେଇ ଚର୍ଚ୍ଚା ଜୋର ଧରିଛି । 
ବଲାଙ୍ଗୀର ରୁ ରଞ୍ଜନ କୁମାର ବାଗ ଙ୍କ ରିପୋର୍ଟ ,୬/୫/୨୦୨୨----୭,୨୦ Sakhigopal News,6/5/2022

Blog Archive

Popular Posts