Breaking News

ସାକ୍ଷୀଗୋପିନାଥ ମନ୍ଦିରରେ ସାବିତ୍ରୀ ପୂଜା ପାଳିତ

Sabitri Puja is celebrated at the Sakshigopinath Temple.


ସାକ୍ଷୀଗୋପାଳ-  ଦୁଇ ବର୍ଷ ହେଲା କରୋନା ଯୋଗୁ ମନ୍ଦିର ବା ମଠ ମାନଙ୍କରେ  ରୋକ ଲାଗିଥିଲା । ଏ ବର୍ଷ କରୋନା ମହାମାରୀ ନିୟମ ନ ଥିବାରୁ ସାକ୍ଷୀଗୋପାଳ ମନ୍ଦିରରେ ମହିଳା ମାନଙ୍କର ଭିଡ ପରିଲକ୍ଷିତ ହୋଇଥିଲା । ସାକ୍ଷୀଗୋପିନାଥ ଦେବ ମା ଶ୍ରୀରାଧାରାଣିଙ୍କ  ସାବିତ୍ରୀ ପର୍ବ ପାଳିତ ହୋଇଯାଇଛି । ଭଅଣ୍ଡ ଧୂପ ପରେ ଚନ୍ଦନ ବେଡା ହେବା ପରେ  ପଣା ଭୋଗ କରାଯାଇଥିଲା । ଚଳନ୍ତି ପ୍ରତିମା ମଦନମୋହନ ଓ ମା ଶ୍ରୀରାଧାଙ୍କ ବିଗ୍ରହକୁ ସେବାୟତ ମାନେ ରଙ୍ଗଣି ମଣ୍ଡପକୁ ବିଜେ କରାଇଥିଲେ  ।  ସେଠାରେ ପ୍ରସ୍ତୁତି ହୋଇ ରହିଥିବା ସୁବାସିତ ଜଳରେ ପ୍ରଭୁ ଚନ୍ଦନକୁଣ୍ଡରେ ବୁଡିକି ରହିଥିଲେ ।ବାହାରିବା ପରେ ଠାକୁରଙ୍କୁ  ନୂତନ ବସ୍ତ୍ର ପରିଧାନ କରିବା ପରେ ତୁଳସି, ଚନ୍ଦନ ଲାଗି କରାଯିବା ପରେ ସାବିତ୍ରୀ ପୂଜାନୀତି କାନ୍ତି କରାଯାଇଥିଲା ।  ବିଭିନ୍ନ ଫଳମୂଳ,ସହିତ ଧୁଆମୁଗ ନଡିଆ,ପାଚିଲାକଦଳୀ ଅର୍ପଣ କରାଯାଇଥିଲା ବୋଲି ମନ୍ଦିର ସୁପରଭାଇଜର ବିଶ୍ୱନାଥ ମହାପାତ୍ରଙ୍କ ଠାରୁ ସୁଚନା ମିଳିଛି ।  ସେହିପରି ସାକ୍ଷୀଗୋପିନାଥ  ମନ୍ଦିର, ବିଭିନ୍ନ ଶୈବପୀଠ ଓ ମଠ ମାନଙ୍କ ସହିତ  ଘରେ ଘରେ ସାବିତ୍ରୀଙ୍କ ପୂଜା ପାଳିତ ହୋଇଯାଇଛି ।  ପୁରାଣ ଶାସ୍ତ୍ର ମତ ଅନୁସାରେ ଓଡିଶାରେ ଏହି ପୂଜା ନୀତି ନିୟମ ଅନୁସାରେ ପାଳିତ ହୋଇଥାଏ । ସ୍ୱାମୀର ଦୀଘାୟୁ ଆୟୁସ କାମନା କରି ମହିଳା ମାନେ ଏହି ବତ୍ର କରିଥାନ୍ତି । ସଧବା ମହିଳା ମାନେ ଧୁଆମୁଗ, ଆମ୍ବ, ପଣସ, ତାଳ, ଖଜୁରୀକୋଳି, ସେଓ, ଅଙ୍ଗୁର, ଡାଳିମ୍ବ, କମଳା, ଚାଉଳିଆ, ଲିଚୁକୋଳି,ନଡିଆ , ପାଚିଲା କଦଳୀ , ସପୁରୀ ଆଦି ଫଳମୁଳ ଭୋଗ  ସହିତ ନୂତନ ଲୁଗା, ସିନ୍ଦୁର, କାଚ, କାଗଜ ଅଳତା ମା ସାବିତ୍ରୀଙ୍କୁ ଅର୍ପଣ କରାଯାଇଥାଏ । ମହିଳା ମାନେ ବିଷ୍ଣୁ ମନ୍ଦିର, ଶିବ ମନ୍ଦିର ମାନଙ୍କରେ ପୂଜା ପାଠ କରିଥାନ୍ତି । ଅନେକ ସ୍ଥାନରେ ବାହ୍ମଣ ମାନଙ୍କ ଦ୍ୱାରା ଚଉରା ମୂଳରେ ପୂଜା କରାଯାଉଥିବା ବେଳେ କେତେକ ଗ୍ରାମରେ ଶିଳପୁଆରେ ବଟା ହଳଦୀରେ ମା ସାବିତ୍ରୀଙ୍କ ପ୍ରତିମୂର୍ତ୍ତି କରାଯାଇ ବିଭିନ୍ନ ଫୁଲ, ଦୁବ, ବରକୋଳି ପତ୍ର, ଛିଟ କନାରେ ସୁସଜିତ କରାଯାଇ ମାଙ୍କ ପାଖରେ ଦୀପ, ଧୁପ ଦେଇ ପୂଜା ପାଠ କରାଯାଇଥିବାର ଦେଖାଯାଇଥିଲା । ମନ୍ଦିର ଓ ମଠ ସହିତ ଘରେ ଘରେ ସାବିତ୍ରୀ ପୂଜା ପାଳିତ ହୋଇଯାଇଛି ।  

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୩୦/୫/୨୦୨୨---୩୦/୫/୨୦୨୨--- ୩,୫୦  

Sakhigopal News, 30/5/2022

Blog Archive

Popular Posts