ଜେସିପି ବ୍ୟାଟେରି ଓ ଯନ୍ତ୍ରପାତି ଚୋରି କରି ଯୁବକ ଗିରଫ
Young man arrested for stealing JCP batteries and equipment.
ସାକ୍ଷୀଗୋପାଳ ---- ସତ୍ୟବାଦୀ ଥାନା ଅନ୍ତର୍ଗତ ଶ୍ରୀରାମଚନ୍ଦ୍ରପୁର ଗ୍ରାମର ସ୍ମୃତିରଞ୍ଜନ ଦାଶଙ୍କ ଜେସିପି ନିକଟ ଅଳସା ଗହିରରେ ଏକ ପୋଖରୀ ଖୋଳା କାର୍ଯ୍ୟରେ ନିୟୋଜିତ ରହିଥିଲା । ରାତିରେ ଗାଡି ଚାଳକ ଜେସିପି ବନ୍ଦ କରିଦେଇ ପଳାଇ ଆସିଥିଲା । ଆଜି ସକାଳେ ଦେଖିଲା ବେଳକୁ ଜେସିପିର କାଚ ଭାଙ୍ଗି ଗାଡିର ବ୍ୟାଟେରି , ରୋଲର ଓ ରେଞ୍ଚି ଗୁଡିକ ଚୋରୀ ହୋଇଯାଇଛି । ଏ ସମ୍ପର୍କରେ ସତ୍ୟବାଦୀ ଥାନାରେ ସ୍ମୃତିରଞ୍ଜନ ଲିଖିତ ଅଭିଯୋଗ କରିବା ପରେ ୧୫୨/୨୨ରେ ଏକ ମାମଲା ରୁଜ କରି ତଦନ୍ତ ଜାରି ରହିଥିଲା । ଜୟପୁର ଗ୍ରାମ ପଞ୍ଚାୟତର ନିଗିଦି ଗ୍ରାମର ଗଜି ଓରଫ ଗଜେନ୍ଦ୍ର ସ୍ୱାଇଁ ଙ୍କ ଠାରୁ ଚୋରି ଯାଇଥିବା ବ୍ୟାଟେରି ଓ ଜେସିପି ଯନ୍ତ୍ରପାତି ଗୁଡିକ ଜବତ କରିବାରେ ସକ୍ଷମ ହେବା ସହ ଗଜେନ୍ଦ୍ରଙ୍କୁ କୋର୍ଟକୁ ପଠାଯାଇଥିବା ସତ୍ୟବାଦୀ ଥାନା ଆଇଆଇସି ବିଜୟ କେତନ ସାହୁଙ୍କ ଠାରୁ ପ୍ରକାଶ । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି,୧୯/୫/୨୦୨୨---୫,୧୦ Sakhigopal News, 19/5/2022