ଦୁଇ ୱାରେଣ୍ଟି ଗିରଫ
ସାକ୍ଷୀଗୋପାଳ---- ସତ୍ୟବାଦୀ ଥାନାରେ ବହୁ ବର୍ଷ ଧରି ୱାରେଣ୍ଟି ଗୁଡିକ ପଡି ରହିଛି । ପୁରୀ ଏସପିଙ୍କ ନିର୍ଦ୍ଦେଶ କ୍ରମେ ସତ୍ୟବାଦୀ ଥାନା ଆଇଆଇସି ବିଜୟ କେତନ ବେହେରାଙ୍କ ତତ୍ୱବଧାନରେ ସତ୍ୟବାଦୀ ଥାନାରେ ୱାରେଣ୍ଟ ଧରପଗଡ ଆରମ୍ଭ ହୋଇଛି । ବୀରରାମଚନ୍ଦପୁର ଗ୍ରାମର ଦଳିତବସ୍ତିର ଶଙ୍କର ଭୋଇଙ୍କ ନାମରେ ଜିଆର କେସନଂ୧୩୧୧/୨୦ରେ ମାମଲା କୋର୍ଟରେ ବିଚାରଧୀନ ରହିଛି । କୋର୍ଟରେ ଅନୁପସ୍ଥିତ ରହିବାରୁ ଉକ୍ତ କେସ ବିଚାର ନ ହୋଇ ପଡିରହିଛି । ଏଣୁ ତାଙ୍କ ନାମରେ ୱାରେଣ୍ଟ ବାହାରିଥବା ଜଣାପଡିଛି । ସେହିପରି ସାରଙ୍ଗଯୋଡି ଗ୍ରାମର ଜଣେ ମହିଳାଙ୍କ ନାମରେ ୧୪୨୭/୨୦୧୪ ମସିହାରୁ ୱାରେଣ୍ଟି ରହିଛି । ତାଙ୍କ ନାମ କୁନି ଓରଫ ବିଣାପାଣି ରଥଙ୍କୁ ସତ୍ୟବାଦୀ ଥାନା ଏ,ଏସ.ଆଇ କୃଷ୍ଣଚନ୍ଦ୍ର ବେହେରା ଗିରଫ କରି ଆଜି କୋର୍ଟ ଚାଲାଣ କରିଥବା ଜଣାପଡିଛି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୫/୫/୨୦୨୨---୧୦,୫୫
Sakhigopal News, 25/5/2022