Breaking News

ବ୍ରିଜ ଉପରେ ଏକ ବଡ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଗଲା ଟ୍ରାକ୍ଟଟର

The tractor narrowly escaped a major accident on the bridge
ବରଗଡ଼---   ବରଗଡ ଜିଲ୍ଲା ଭେଡେନ ବ୍ଲକ ଥୁଆପାଲି ର କେନାଲ ବ୍ରିଜ ଉପରେ ଏକ ବଡ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଗଲା ଟ୍ରାକ୍ଟଟର। ଏହି ବ୍ରିଜ ଟି ୧୯୫୬ ମସିହାରେ କେନାଲ ଉପରେ ତିଆରି ବେଳେ ଆବଶ୍ୟକତା ଦୃଷ୍ଟି ରୁ ଏକ ପାଦଚଲା ବ୍ରିଜ ତିଆରି ହୋଇଥିଲା। ଗତ ୮୫/୯୦ ମସିହାରେ ଆବଶ୍ୟକତା ଦୃଷ୍ଟି ରୁ ସେ ସମୟର ବରଗଡ ବିଧାୟକ ସ୍ଵର୍ଗତ ଯଦୁମଣି ପ୍ରଧାନଙ୍କ ନିକଟରେ ଜନସାଧାରଣ ଦାବୀ କରିଥିଲେ । ସେ ଭୁବନେଶ୍ବର ଯାଇ ଜଳସେଚନ ବିଭାଗ ମୁଖ୍ଯ ଙ୍କ ସହିତ ଆଲୋଚନା କରି ଉକ୍ତ ବ୍ରିଜ ନିର୍ମାଣ କାର୍ଯ୍ଯ କରାଇଥିଲେ। ବର୍ତମାନର ଜନସଂଖ୍ୟା ବସ, ଟ୍ରକ, ଚାରିଚକିଆ ଯାନ, ଭାରିଯାନ ବାଇକ୍, ସାଇକେଲ ଆରୋହୀ ସଂଖ୍ୟା ଆଶାତୀତ ଭାବେ ବୃଦ୍ଧି ପାଇବାରେ ଲାଗିଛି। ଏଠାରେ ଟ୍ରାଫିକ୍ ସମସ୍ୟା ସବୁ ସମୟରେ ରହୁଛି। ଏହା କୁ ଦୃଷ୍ଟିରେ ରଖି ସ୍ତାନୀୟ ଜନ ପ୍ରତିନିଧି, ସରକାରୀ ଅଫିସର, ଜଳସେଚନ ବିଭାଗୀୟ ଅଧିକାରୀ ମାନେ ତୁରନ୍ତ ଥୁଆପାଲି କେନାଲ ବ୍ରିଜ ଟି ଚଉଡା କରିବା ପାଇଁ ଅଞ୍ଚଳର ଜନସାଧାରଣ ଦାବୀ କରିଛନ୍ତି ।
ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୨୪/୫/୨୦୨୨----୫,୫୫  Sakhigopal News,24/5/2022

Blog Archive

Popular Posts