Breaking News

ଅନୁସୂଚିତ ଜାତିର କୃଷିଜିବି ମହିଳା ମାନଙ୍କୁ ବନରଜା କୁକୁଟ ଓ ପନିପରିବା ବିହନ ବଣ୍ଟନ

Distribution of wild chickens and vegetables to Scheduled Caste agricultural women.
 ସାକ୍ଷୀଗୋପାଳ----  କେନ୍ଦ୍ରୀୟ ମହିଳା ବିକାଶ ସସ୍ଥାନ ଭୁବନେଶ୍ୱର ଙ୍କ ସହଯୋଗରେ ଭାରତ ସରକାର ଦ୍ୱାରା କାର୍ଯ୍ୟକାରୀ ହେଉଥିବା ଗ୍ରାମ୍ୟ ପୃଷ୍ଠିକରଣ ଯୋଜନାରେ ସତ୍ୟବାଦୀ ବ୍ଲକର ମହୁରା ଗ୍ରାମପାଞ୍ଚୟତରେ ଦୀର୍ଘ ଛଅ ମାସରୁ ଉର୍ଦ୍ଧହେବ କାର୍ଯ୍ୟକାରୀ ହେଉଅଛି । ପ୍ରଥମ ପ୍ରର୍ଯ୍ୟାୟରେ ଅନୁସୂଚିତ ଜାତିର କୃଷିଜିବି ମହିଳା ମାନଙ୍କୁ ଚିହ୍ନଟ କରାଯାଇ ବନରଜା କୁକୁଟ  ଓ ପନିପରିବା ବିହନ ସଂସ୍ଥାନର ନିର୍ଦ୍ଧେଶକ ଅନିଲ କୁମାରଙ୍କ ତତ୍ୱବଧାନରେ ବଣ୍ଟନ କରାଯାଇଥିଲା । ଆଜି ଉକ୍ତ ସସ୍ଥାନର ଡ଼ଃ ଜ୍ୟୋତି ନାୟକ ଓ ଗୀତ ସାହାଙ୍କ ତତ୍ୱବଧାନରେ ଚିହ୍ନଟ ହୋଇଥିବା କୃଷି କର୍ମ ଜିବି ମହିଳା ମାନଙ୍କୁ ଲେମ୍ବୁ, ଆମ୍ବ, କଦଳୀ ଓ ପିଜୁଳି ଚାରା ସହିତ ସ୍ପେୟାର ମେସିନ ଓ  ଉନ୍ନତ ଧରଣର କୃଷି ଯନ୍ତ୍ରପାତି ପ୍ରଦାନ କରାଯାଇଥିଲା ।ଉକ୍ତ ବିତରଣ କାର୍ଯ୍ୟକ୍ରମ ମହିଳା ବିକାଶ ସଂଗଠନ ପୁରୀ, ଦ୍ଵାରା ସମ୍ପାଦିତ ହୋଇଥିଲା । ସଂଗଠନର ସାଙ୍ଗଠନିକ ସମ୍ପାଦିକା -ମଧୁସ୍ମିତା ସେନାପତି, ନୀଳାଚଳ କୃଷକ ମହାସଂଘର ସତ୍ୟବାଦୀ ବ୍ଲକ ଉପସଭାପତି -ପ୍ରତାପ କୁମାର ପାଇକରାୟ ଓ ମହୁରା ଗ୍ରାମପଞ୍ଚାୟତ ର ସଭାପତି -ସର୍ବେଶ୍ୱର ଜେନା କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ  ।
ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୨୬/୫/୨୦୨୨----୬,୪୫  Sakhigopal News,26/5/2022

Blog Archive

Popular Posts