ଜଟଣୀର ପରିମଳ ବ୍ୟବସ୍ଥା ସମ୍ପୂର୍ଣ୍ଣ ଠପ. ଜଟଣୀ ବାଲିଚ୍ଛକ ମୁଣ୍ଡିଆ ସାହିରେ ନାଳ ପାଣିରେ ଭାସୁଛି ରାସ୍ତା
Jatani's sanitation system has come to a complete standstill. The road is floating in the canal water at Jatani Balichhak Mundia Sahi.
ଜଟଣୀ --ଜଟଣୀ ପୌରପରିଷଦ ଅଧୀନରେ ଥିବା ୭ ନଂ ୱାର୍ଡର ବାଲିଚ୍ଛକ ମୁଣ୍ଡିଆ ସାହିର ମଙ୍ଗଳା ମନ୍ଦିର ପାର୍ଶ୍ୱରେ ରାସ୍ତା ଉପରେ ଅନବରତ ନଳାର ମଇଳାପାଣି ବହି ଚାଲିଛି । ସେହି ରାସ୍ତାର ମଇଳା ପାଣି ଚକଟି ଲୋକେ ମନ୍ଦିର, ମସଜିଦ ଏବଂ ବଜାରଘାଟ ଯିବା ଆସିବା କରନ୍ତି । ଏଥିପ୍ରତି ପ୍ରଶାସନ ସ୍ତରରେ ହେଉ ଵା ସ୍ଥାନୀୟ କୁଜି ନେତାଙ୍କ କ୍ଷେତ୍ରରେ କାହାର ନଜର ଆସୁ ନାହିଁ । ଜଟଣୀର ବସ୍ତି ଗୁଡିକୁ ଓଡିଶା ସରକାରଙ୍କ ଦ୍ୱାରା ଆଦର୍ଶ କଲୋନୀର ଆକ୍ଷା ମିଳିଥିଲେ ହେଁ ଏ ପର୍ଯ୍ୟନ୍ତ ଆଦର୍ଶର ପ୍ରତିଛବି ଦେଖିବାକୁ ମିଳୁନି । ମୁଣ୍ଡିଆ ସାହି ବସ୍ତିରେ ବର୍ତ୍ତମାନ ସୁଧା ଡ୍ରେନର ବ୍ୟବସ୍ଥା ନାହିଁ । ସମସ୍ତ ଘରର ମଇଳା ପାଣି ରାସ୍ତା ଉପରେ ବହି ଚାଲିଛି । ଯାହାଫଳରେ ସେଠାରେ ଦୁର୍ଗନ୍ଧମୟ ପରିବେଶ ସୃଷ୍ଟି ହୋଇଛି । ପୌରପରିଷଦର ସମସ୍ତ ୱାର୍ଡରେ ଥିବା ବସ୍ତି ମାନଙ୍କରେ ଜାଗା ସମ୍ପର୍କ ଯାତ୍ରା ମାଧ୍ୟମରେ ବିକାଶର ପ୍ରଚାର ସହ ଏକ ନିର୍ଦ୍ଧିଷ୍ଟ ଦଳୀୟ ଵିଜ୍ଞାପନ ପ୍ରଚାର ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଡନ ସୃଷ୍ଟି କରିଛି । ଜଟଣୀ ପୌରପରିଷଦ ଏକଜୁଟ ଅଫିସର ଦିଲୀପ କୁମାର ମହାନ୍ତି ଆସିବା ଦିନଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ସହରର ମୁଖ୍ୟରାସ୍ତାରେ ସୌନ୍ଦର୍ଯ୍ୟ ଆଲୋକୀକରଣ ଛଡା ଆଜି ପର୍ଯ୍ୟନ୍ତ ବସ୍ତି ଗୁଡିକର ଡ୍ରେନ ସମସ୍ୟା ଏବଂ ପରିମଳ ବ୍ୟବସ୍ଥା ସୁଧୁରି ପାରିଲାନି । ପୌରପରିଷଦ ପକ୍ଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇ ବସ୍ତି ଗୁଡକରେ ଫେବର ବ୍ଲକ ପକାଇ ରାସ୍ତା ଏବଂ କାନ୍ଥରେ ରଙ୍ଗ ବେରଙ୍ଗର ଛବି ଆଙ୍କି ଅର୍ଥ ଆତ୍ମସାତର ନମୁନା ଦେଖେଇ ଚାଲିଛନ୍ତି । ଜଟଣୀର ପ୍ରକୃତ ସମସ୍ୟା ପ୍ରତି ଦୃଷ୍ଟି ଦେଉ ନାହାନ୍ତି ବୋଲି ସ୍ଥାନୀୟ ବାସିନ୍ଦା କହିଛନ୍ତି । ଅନେକ ବସ୍ତିର ଡ୍ରେନ ସମସ୍ୟା ଲୋକଙ୍କ ଚିନ୍ତାର କାରଣ ସାଜିଛି । ସାମାନ୍ୟ ଅଦିନିଆ ବର୍ଷା ହେଲେ ରାସ୍ତା ରେ ଆଣ୍ଠୁଏ ଉଚ୍ଚତା ର ପାଣି ପ୍ରବାହିତ ହୋଇ ଗମନା ଗମନରେ ବାଧା ସୃଷ୍ଟି ହୋଇଥାଏ । ଆଉ କେତେ କୋଟି ଟଙ୍କା ଖର୍ଚ୍ଚ ହେଲେ ଜଟଣୀର ସମ୍ପୂର୍ଣ୍ଣ ସମସ୍ୟା ସୁଧୀରିବ ଏହା ଜଟଣୀ ବାସୀଙ୍କ ଚିନ୍ତାର କାରଣ ସାଜିଛି ।

ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୩୧/୫/୨୦୨୨----୮,୫୦ Sakhigopal News,31/5/2022