Breaking News

ଦୁର୍ଗାପ୍ରସାଦ ଠାରେ ଟୁରିଷ୍ଟ ବସ୍ ଓଲଟି,୬ ମୃତ , ୩୦ ରୁ ଉର୍ଦ୍ଧ୍ବ ଆହତ

A tourist bus overturned at Durgaprasad, killing six people and injuring more than 30 others.



ଭଞ୍ଜନଗର---ବସ୍ ଚକାରେ ନିଆଁ ଲାଗିଯିବାରୁ  ଘାଟି ଶେଷରେ ଥିବା ରାସ୍ତା କଡ଼କୁ ଓଲଟି ପଡିଥିଲା ଯାତ୍ରୀବାହୀ ଟୁରିଷ୍ଟ ବସ। ଘଟଣାସ୍ଥଳରେ  ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ , ୩୦ ରୁ ଉର୍ଦ୍ଧ୍ବ ଆହତ ହୋଇଥିବା ଜଣାପଡିଛି। ଭଞ୍ଜନଗର ଥାନା ଅନ୍ତର୍ଗତ ଦୁର୍ଗାପ୍ରସାଦ ଠାରେ ଘଟିଛି ଏଭଳି ମର୍ମନ୍ତୁଦ ଦୁର୍ଘଟଣା । ଗତ ମଧ୍ୟ ରାତ୍ରରେ ଘଟିଛି ଏହି ଦୁର୍ଘଟଣା । କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡି ରୁ ଭଞ୍ଜନଗର ଦେଇ ବିଶାଖାପାଟଣା ଅଭିମୁଖେ ଯାଉଥିବା ବସଟି ଦୁର୍ଗାପ୍ରସାଦ ଠାରେ  ରାସ୍ତା କଡ଼କୁ ଓଲଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ସମସ୍ତ ଆହତ ଯାତ୍ରୀଙ୍କୁ ଉଧାର କରି ଭଞ୍ଜ ନଗର ମେଡିକାଲରେ ଭର୍ତ୍ତି କରାଯାଇଛି । ଘଟଣା ସ୍ଥଳରେ ଭଞ୍ଜନଗର ପୋଲିସ , ଭଞ୍ଜନଗର ଓ ଟିକାବାଲି ଅଗ୍ନିଶମ ବିଭାଗ କର୍ମଚାରୀ ମାନେ ଘଟଣାସ୍ଥଳରେ ପହଞ୍ଚି ଉଧାର କାର୍ଯ୍ୟ କରିଥିଲେ । ଜଣେ ଗୁରୁତର ଙ୍କୁ ଭଂଜନଗର ମେଡିକାଲ ରେ ଭର୍ତି କରାଯାଇଥିବା ବେଳେ  ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା । ଏହା ବ୍ୟତୀତ ବସ୍ ତଳେ ଚାପିହୋଇ ୫ ଜଣଙ୍କର ମୃତ୍ୟୁ ହୋଇଛି । ସମୁଦାୟ ୬ ଜଣଙ୍କର ମୃତ୍ୟୁ ହୋଇଥିବା ନେଇ  ଘଟଣା ସ୍ଥଳରେ ଉପସ୍ଥିତ ଥିବା ଉଭୟ ପୋଲିସ ଓ ଅଗ୍ନିଶମ ବାହୀନି ଅଧିକାରୀ ମାନେ ସୂଚନା ଦେଇଛନ୍ତି । ଖବର ଅନୁସାରେ  ସମସ୍ତ ଯାତ୍ରୀ ପଶ୍ଚିମବଙ୍ଗ , ଉଦୟନାରାୟଣପୁର ଜିଲ୍ଲା , ସୁଲତାନପୁର ଗାଁର ବୋଲି ଜଣାପଡିଛି । ସମସ୍ତ ପର୍ଯ୍ୟଟକ ପଶ୍ଚିମବଙ୍ଗ ରୁ ଟୁରିଷ୍ଟ ବସ୍ ଯୋଗେ  କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି କୁ ବୁଲିବାକୁ ଆସିଥିଲେ  । ସେଠାରୁ କଳିଙ୍ଗା ଘାଟି ଅତିକ୍ରମ କରି ଭଞ୍ଜନଗର ଅଭିମୁଖେ ଦେଇ ବିଶାଖାପାଟଣା ଅଭିମୁଖେ ଯାଇଥାନ୍ତେ । ହେଲେ ଦୁର୍ଭାଗ୍ୟବଶତଃ କଳିଙ୍ଗା ଘାଟି ପାର ହେବାପରେ ବସର ପଛ ଚକାରେ ନିଆଁ ଲାଗିଯାଇଥିଲା । ଯାହା ଫଳରେ କି ବସଟି  ଭାରସାମ୍ୟ ହରାଇ ଦୁର୍ଗାପ୍ରସାଦ ନିକଟରେ ଓଲଟି ପଡ଼ିଲା ବୋଲି ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି । ବସ୍ ରେ ସମୁଦାୟ ୭୦ ରୁ ଉର୍ଦ୍ଧ୍ବ ଯାତ୍ରୀ ରହିଥିବା ଆହତ ଯାତ୍ରୀ ଙ୍କ ସୂତ୍ରରୁ ପ୍ରକାଶ । ଆହତଙ୍କ ମଧ୍ୟରେ ଅଧିକାଂଶ ମହିଳା ଓ ଶିଶୁ ଅଛନ୍ତି । 
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୫/୫/୨୦୨୨---୬,୪୦  Sakhigopal News,25/5/2022

Blog Archive

Popular Posts