Breaking News

ଜୟପୁର ଠାରୁ ସାରଙ୍ଗଯୋଡି ରାସ୍ତାର ଉନ୍ନତି କରଣ ପାଇଁ ଶିଳାନ୍ୟାସ


 Laying the foundation stone for the improvement of the Sarangyodi road from Jaipur


ସାକ୍ଷୀଗୋପାଳ------ ଜୟପୁର ଛକ ଠାରୁ ସାରଙ୍ଗଯୋଡି ପର୍ଯ୍ୟନ୍ତ ପ୍ରାୟ ୬ କି,ମି ୮୦୦ ମିଟର ରାସ୍ତାର ଉନ୍ନତି କରଣ ପାଇଁ ପୁରୀ ସାଂସଦ ପିନାକୀ ମିଶ୍ର, ସତ୍ୟବାଦୀ ବିଧାୟକ ଉମାକାନ୍ତ ସମାନ୍ତରାୟ ଓ ବ୍ଳକ ଅଧ୍ୟକ୍ଷ ସୁନିଲ କୁମାର ପଣ୍ଡା ଶିଳାନ୍ୟାସ କରିଛନ୍ତି ।  ଏହି ରାସ୍ତାଟି ଓଡିଶା ସରକାର ପୂିର୍ତି ବିଭାଗ ଅଧିନରେ ରହିଛି । ଏଥିପାଇଁ ୩କୋଟି ୬୩ ଲକ୍ଷ ୮୮ ହଜାର ୪୫୩ ଟଙ୍କା ଖର୍ଚ୍ଚ କରାଯିବ ବୋଲି ଏସଡିଓ ଶଶିଭୂଷଣ ମହାନ୍ତିଙ୍କ ସୁଚନା ମିଳିଛି । ଏହି କାମବଂଶୀଧର ପଣ୍ଡା ଏଜେନ୍ସି ନେଇଥିବା ସହ ଦୁଇ ମାସ ମଧ୍ୟରେ କାମ ସରିବ ବୋଲି ବିଭାଗୀୟ ଜେଇ ମନୋଜ ନାୟକଙ୍କ ଠାରୁ ସୁଚନା ମିଳିଛି ।  ଉପାଧ୍ୟକ୍ଷା ନିବେଦିତା ପାତ୍ର, ବ୍ଳକ ବିଜେଡି ସଭାପତି ପ୍ରମୋଦ ରାଉତରାୟ, ପେଣ୍ଠପଡା ସରପଞ୍ଚ ଚିନ୍ମୟ ରାଉତ, ଜୟପୁର ସରପଞ୍ଚଙ୍କ ପ୍ରତିନିଧି ଦେବଦତ୍ତ ସାମନ୍ତରାୟ ପ୍ରମୁଖ ଉପସ୍ଥିତ ରହିଥିଲେ । ସାଂସଦ ଓ ବିଧାୟକଙ୍କୁ ମହିଳା ଗୋଷ୍ଠୀ ଓ କର୍ମୀ ମାନେ ବାଜା ବଜାଇ ଜୟପୁର ଗ୍ରାମ ମୁଣ୍ଡରୁ ପାଛୋଟି ଆଣିଥିଲେ ।

 ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି,୨୮/୫/୨୦୨୨---୫,୧୫    Sakhigopal News , 28/5/2022


Blog Archive

Popular Posts