Breaking News

ପ୍ରଦର୍ଶନୀ ପଡିଆଠାରେ ଅଘଟଣ ; ବିଦ୍ୟୁତ୍ ଆଘାତରେ ବ୍ୟବସାୟୀଙ୍କ ମୃତ୍ୟୁ ଅଭିଯୋଗ

Unfolding at the exhibition grounds; Businessman dies of electric shock.
ଭଞ୍ଜନଗର - ସ୍ଥାନୀୟ ଥାନା ଅନ୍ତର୍ଗତ ବଳଭଦ୍ର କୃଷକ ବଜାର ପରିସରେ ଚାଲିଥିବା ସର୍ବଭାରତୀୟ ହସ୍ତଶିଳ୍ପ ପ୍ରଦର୍ଶନୀ ରେ ବିଦ୍ୟୁତ୍ ଆଘାତରେ ଜଣେ ବ୍ୟବସାୟୀ ଙ୍କର ମୃତ୍ୟୁ ହୋଇଯାଇଛି । ମୃତକ ବ୍ୟବସାୟିଙ୍କ ନାମ ଶିବା ଆଚାରୀ ।  ସେ ନାବାଳକ ଥିବା କୁହାଯାଉଛି  ।   ଶିବା ଆଚାରୀ । ତାଙ୍କ ଘର ଭୃବନେଶ୍ବର -ୟୁନିଟ-୩ରେ ବୋଲି ଜଣାପଡିଛି । ଖବର ଅନୁସାରେ ଚଳିତ ୧୮ ତାରିଖ ଠାରୁ "ଅରୁପା" ଅନୁଷ୍ଠାନ ପକ୍ଷରୁ  ଆରମ୍ଭ ହୋଇଥିଲା ସର୍ବଭାରତୀୟ ହସ୍ତଶିଳ୍ପ ପ୍ରଦର୍ଶନୀ । ଏଥିରେ ରାଜ୍ୟ ତଥା ରାଜ୍ୟ ବାହାର ରୁ ବିଭିନ୍ନ ବ୍ୟବସାୟୀ ଓ କାରିଗର ମାନେ ଆସି ବ୍ୟବସାୟ କରୁଛନ୍ତି । ଏଥିପାଇଁ "ଅରୁପା" ପକ୍ଷରୁ  ଷ୍ଟଲ ର ବ୍ୟବସ୍ଥା ହୋଇଛି ।  ତେବେ  ରବିବାର ରାତିରେ ବ୍ୟବସାୟ ସାରି ଷ୍ଟଲ୍ ବନ୍ଦ କରିବା ସମୟରେ   ବିଦ୍ୟୁତ୍ ସଂଷ୍ପର୍ସରେ ଆସି ବ୍ୟବସାୟୀ ଜଣକ  ଶିବା ଆଚାରୀ ଘଟଣାସ୍ଥଳରେ ଗୁରୁତର ହେଇ ପଡିଥିଲେ ।  ଗୁରୁତର ଅବସ୍ଥାରେ ତାଙ୍କୁ  ଭଞ୍ଜନଗର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ଶିବାକୁ ମୃତ୍ୟୁ ଘୋଷଣା କରିଥିଲେ । ଭଞ୍ଜନଗର ପୋଲିସ  ମେଡିକାଲ ରେ ପହଞ୍ଚି ମୃତ ଦେହକୁ ଜବତ କରିବା ସହ ତଦନ୍ତ କରି ବ୍ୟବଛେଦ ପାଇଁ ପଠାଇଥିଲେ ।ବ୍ୟବଛେଦ ପରେ ଶିବାର ମୃତ ଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବା ବେଳେ ଏହି ଘଟଣାକୁ ନେଇ ଭଞ୍ଜନଗର ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଥିବା  ଥାନା ଅଧିକାରୀ ଧୀରେଶ କୁମାର ଦାଶଙ୍କ ଠାରୁ ସୁଚନା ମିଳିଛି । ଅନ୍ୟପକ୍ଷରେ  ଷ୍ଟଲ୍  ନିକଟରେ ଥିବା ସିଡି ରୁ ଖସିପଡିବାରୁ  ଗୁରୁତର ଆହତ ହୋଇ  ଶିବା ର  ମୃତ୍ୟୁ ହୋଇଥିବା କହିଛନ୍ତି ଆୟୋଜକ "ଅରୁପା" ର ସଂଯୋଜକ ଅଶୋକ ସାହୁ । ତେବେ ପୋଲିସ ର ତଦନ୍ତ ପରେ ଘଟଣା ସ୍ପଷ୍ଟ ହେବ ବୋଲି  ଥାନା ସୂତ୍ରରୁ ସୂଚନା ମିଳିଛି । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ, ୩୦/୫/୨୦୨୨----୭,୧୦  Sakhigopal News,30/5/2022

Blog Archive

Popular Posts