Breaking News

ଓଡ଼ଗାଁ ବ୍ଳକରେ ମନରେଗାରେ ମହାଦୁର୍ନୀତି; ଜବକାର୍ଡଧାରୀ ଙ୍କ ବଦଳରେ ମେସିନ କରୁଛି କାମ

Corruption in MNREGA in Odgaon block; The machine is working instead of the job card holder.

ଓଡ଼ଗାଁ:- ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ର ବିଭିନ୍ନ ପଞ୍ଚାୟତ ରେ ମହାତ୍ମାଗାନ୍ଧୀ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା (ମନରେଗା) ରେ ବ୍ୟାପକ ତ୍ରୁଟି ପରିଲିକ୍ଷିତ ହୋଇଛି। ଜବକାର୍ଡଧାରୀ ଙ୍କ  ବଦଳରେ ଜେସିବି, ଟ୍ରାକ୍ଟର ଆଦି ଯାନ୍ତ୍ରିକ ଯାନ ଦ୍ୱାରା ମନରେଗା ର କାମ କରାଯାଉଛି। କାମ ସରିଲେ ମାତ୍ର ଦିନକ ପାଇଁ ଜବକାର୍ଡଧାରୀ ଶ୍ରମିକ ମାନଙ୍କୁ ଖନନ ପୋଖରୀ ମଧ୍ଯରେ କାମ କରିବା ର ଅଭିନୟ କରାଇ କାମକୁ ବିଲ୍ କରିବା ଏବଂ ଲେକଙ୍କ ଆଗରେ ବାଃବାଃ  ନେବା ପାଇଁ ଫଟୋ ଉଠାଯାଉଛି। ଦିନଦ୍ୱିପହରେ ସମସ୍ତଙ୍କ ସାମ୍ନା ରେ ଏହି କାମ କରାଯାଉଛି। ସବୁ ଜାଣି ମଧ୍ଯ ପ୍ରଶାସନିକ ଅଧିକାରୀ, ରାଜନେତା, ସରପଞ୍ଚ ଆଦି ସମସ୍ତେ ଚୁପ୍।
                        ତେବେ ଏଠାରେ ପ୍ରଶ୍ନ ଉଠେ, ଯଦି ମନରେଗା କାମ ମେସିନ ଦ୍ୱାରା କରାଯିବ, ତେବେ ଜବକାର୍ଡଧାରୀ ମାନେ କରବେ କ'ଣ? ସେମାନେ କେଉଁ କାମ କରି ନିଜର ଗୁଜୁରାଣ ମେଣ୍ଚାଇବେ? ଜବକାର୍ଡ ଥାଇ ମୂଲ୍ଯ କ'ଣ? ଜବକାର୍ଡଧାରୀ ମାନେ ଏହି କାମରୁ ବଞ୍ଚିତ ହୋଇ ଗାଁ ରେ ମୂଲ ଲାଗି କାମ କରିବେ ନା ଓଡ଼ିଶା ବାହାରକୁ ଦାଦନ ଖଟିବାକୁ ଯିବେ ତାହା ପ୍ରଶ୍ନବାଚୀ ସ୍ରୁଷ୍ଟି ହୋଇଛି। 
                             ତେବେ ଏ ଦିଗରେ ସମସ୍ତ ସରପଞ୍ଚ, ପ୍ରଶାସନିକ ଅଧିକାରୀ ଆଦି ସଜାଗ ହୋଇ ସରକାରଙ୍କ ତରଫରୁ ଆସୁଥିବା କିଛି କାମ କୁ ଜବକାର୍ଡଧାରୀ ଙ୍କୁ ଯୋଗାଇଦେଲେ ସେମାନେ ନିଜର ପରିବାର ଚଳାଇବା ସହ ଶହଶହ ଶ୍ରମିକ ନିଜର ଗୁଜୁରାଣ ମେଣ୍ଚାଇ ପାରିବେ ଏଥିରେ କୌଣସି ସନ୍ଦେହ ନାହିଁ। ତୁରନ୍ତ ଜିଲ୍ଲାପାଳ ନଜର ଦେବାକୁ ଜଣସାଧାରଣ ରେ ଦାବି ହେଉଛି ।

ରିପୋର୍ଟ:- ଦିଲ୍ଲୀପ୍ କୁମାର ବିଶୋଇ, ଓଡ଼ଗାଁ
ତା:- ୨୨/ ୫/୨୨----୧୦,୪୦  
 Sakhigopal News,22/5/2022

Blog Archive

Popular Posts