Breaking News

ପ୍ରଥମ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ

Bike confiscated with valuable timber: 2 arrested
ଭଞ୍ଜନଗର----  ଭଞ୍ଜନଗର ନିର୍ବାଚନ ମଣ୍ଡଳୀ ର ଭଞ୍ଜନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ସମ୍ମିଳନୀ କକ୍ଷରେ ଆଜି ପ୍ରଥମ  ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷ  ଗୋପବନ୍ଧୁ ମହାପାତ୍ର ବୈଠକ ରେ ଅଧ୍ୟକ୍ଷତା କରିଥିଲେ  । ବୈଠକରେ ମୁଖ୍ୟ ଅତିଥି ଭାବରେ  ପରିବେଶ ଜଳବାୟୁ ପରିବର୍ତ୍ତନ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ  ବିକ୍ରମ କେଶରୀ ଆରୁଖ ଯୋଗଦେଇ  ଓଡିଶା ସରକାର ଙ୍କ ବିଭିନ୍ନ ଜନହିତକାରୀ ଯୋଜନା କିଭଳି ଭାବେ  ଜନସାଧାରଣଙ୍କ ପାଖରେ ପହଞ୍ଚି ପାରିବ ସେଥିପାଇଁ ଆନ୍ତରିକ ଉଦ୍ୟମ କରିବା ପାଇଁ ଆହ୍ୱାନ ଦେଇଥିଲେ । ଭଞ୍ଜନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ର ୧୫ ଟି ୱ।ର୍ଡ ର  ବିଭିନ୍ନ ଉନ୍ନତି ମୂଳକ କାମ ବିଷୟରେ ଆଲୋଚନା କରାଯାଇଥିଲା ।   ବିଜ୍ଞାପିତ ଅଞ୍ଚଳ ପରିଷଦ କୁ ଏକ ସୁଦୃଢ ଓ ବିକଶିତ ବିଜ୍ଞାପିତ ଅଞ୍ଚଳ ପରିଷଦ  ରୂପେ କିପରି ପରିଣତ ହେବ  ମନ୍ତ୍ରୀ ସମସ୍ତ କାଉନସିଲ ସଭ୍ୟ, ସଭ୍ୟା ମାନଙ୍କୁ ଉବୋଧନ ଦେଇଥିଲେ। ଏଥିରେ ଭଞ୍ଜନଗର ବିଜ୍ଞାପିତ ଅଞ୍ଚଳ ପରିଷଦ  ଅଧ୍ୟକ୍ଷ, ଉପାଧ୍ୟକ୍ଷା  ୧୫ ଟି ୱ।ର୍ଡ ର ସମସ୍ତ କାଉନସିଲରସଭ୍ୟ, ସଭ୍ୟା ମାନ୍ୟ ଗାନ୍ୟ ବ୍ୟକ୍ତି  ଉପସ୍ଥିତ ଥିଲେ। ପରିଶେଷରେ ବିଜ୍ଞାପିତ ଅଞ୍ଚଳ ପରିଷଦ  ଅଧ୍ୟକ୍ଷ, ଉପାଧ୍ୟକ୍ଷା ,୧୫ ଟି ୱର୍ଡ ର ସମସ୍ତ କାଉସିଲର ତରଫରୁ ମନ୍ତ୍ରୀ ଙ୍କୁ ତାଙ୍କର ଏକ ସୁନ୍ଦର ଫୋଟ ଚିତ୍ର ଉପହାର ଦେଇଥିଲେ ।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୦/୫/୨୦୨୨----୧୦,୫୦   Sakhigopal News,20/5/2022

Blog Archive

Popular Posts